ପ୍ରଥମ ଥର ପାଇଁ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବାର ସୁଯୋଗ ପାଇ‌ଲେ ତାପସୀ ପନ୍ନୁ, ଡବଲ ରୋଲରେ ଆସିବେ ନଜର

ମୁମ୍ବାଇ: ବଲିଉଡରେ ନିଜର ସ୍ଥାନ ସୁଦୃଢ଼ କରିବାରେ ସଫଳ ହୋଇ ସାରିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଲଗାତାର ସୁପରହିଟ୍ ଫିଲ୍ମ ଦେବା ସହ ଇଣ୍ଡଷ୍ଟ୍ରିରେ ମହିଳାଧର୍ମୀ ଫିଲ୍ମ ମଧ୍ୟ ସୁପରହିଟ୍ ହୋଇ ପାରିବ ବୋଲି ପ୍ରମାଣ କରିଛନ୍ତି ତାପସୀ। ଏବେ ବଲିଉଡର ଅନେକ ନିର୍ମାତା ତାଙ୍କ ସହ କାମ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ଜଣେ ବଡ଼ ନିର୍ଦ୍ଦେଶକ-ପ୍ରଯୋଜକ ସହ କାମ କରିବାର ସୁଯୋଗ ମିଳିଥିବା ଜଣାପଡ଼ିଛି।

Sanjay Leela Bhansali
amarujala.com

ମିଳିଥିବା ସୂଚନା ମୁତାବକ, ତାପସୀ ଏବେ ଲୋକପ୍ରିୟ ନିର୍ଦ୍ଦେଶକ-ପ୍ରଯୋଜକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବେ। ଏହି ଫିଲ୍ମରେ ତାଙ୍କ ଚରିତ୍ରର ଗୁରୁତ୍ବ ଅଧିକ ରହିଥିବା ନେଇ ଚର୍ଚ୍ଚା ହେଉଛି। ଫିଲ୍ମର ନାଁ ସିୟା ଜିୟା ରଖାଯାଇଥିବା ବେଳେ ଏଥିରେ ତାପସୀ ଡବଲ ରୋଲରେ ନଜର ଆସିବେ। ତେବେ ଏହି ଫିଲ୍ମରେ ସଞ୍ଜୟ ଲୀଲା ଭଂସାଲୀ ପ୍ରଯୋଜନାର ଦାୟିତ୍ବ ତୁଲାଇବା ସହ ତାଙ୍କ ସହ ଶବାନା ଖାନ୍ ମଧ୍ୟ ପ୍ରଯୋଜନା ଦାୟିତ୍ବରେ ରହିବେ ବୋଲି ସୂଚନା ମିଳିଛି। ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ।

ସମ୍ବନ୍ଧିତ ଖବର