ଠକେଇର ଶିକାର ହେଲେ ଅଭିନେତ୍ରୀ ଟିନା ଦତ୍ତା! ପ୍ରଯୋଜକ ଠକି ନେଲେ ୩୦ଲକ୍ଷ

ମୁମ୍ବାଇ : ଲୋକପ୍ରିୟ ଧାରାବାହିକ ଉତ୍‌ରନ୍‌ର ଅଭିନେତ୍ରୀ ଟିନା ଦତ୍ତା ଏବେ ଚର୍ଚ୍ଚାରେ । ଜଣେ ପ୍ରଯୋଜକଙ୍କ ବିରୋଧରେ ୩୦ଲକ୍ଷ ଟଙ୍କାର ଠକେଇର ଅଭିଯୋଗ ଆଣି ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ନାଁ ନ ନେଇ ଧାରାବାହିକ ବନ୍ଦ ହେବା ପରେ ଟଙ୍କା ଦେବାକୁ କହି ଦେଇ ନଥିଲେ ପ୍ରଯୋଜକ ବୋଲି ଅଭିଯୋଗ କରିଛନ୍ତି ଟିନା । ଧାରାବାହିକ ନ ଚାଲିବାରୁ ତାଙ୍କର ଅନେକ କ୍ଷତି ହୋଇଥିଲା ସତ । କିନ୍ତୁ ସେ ମୋତେ ମୋ ଟଙ୍କା ଫେରାଇ ନ ପାରିବା ଭଳି ପରିସ୍ଥିତି ତାଙ୍କର ନଥିଲା । ସେ ଚାହିଁଥିଲେ ଫେରାଇ ପାରିଥାନ୍ତେ । ତାଙ୍କ ପାଖରେ ଟଙ୍କା ଯୋଗାଡ଼ କରିବାର ଅନେକ ବାଟ ଥିଲା । କିନ୍ତୁ ସେ ଜାଣି ଜାଣି ମୋତେ ୩୦ଲକ୍ଷ ଟଙ୍କା ଦେଇ ନଥିଲେ ।

जरूरत के समय नहीं मिले पैसे
oneindia.com

ଯେଉଁ ସମୟରେ ମୋତେ ଟଙ୍କାର ଆବଶ୍ୟକତା ରହିଥିଲା, ସେହି ସମୟରେ ପ୍ରଯୋଜକ ମୋତେ ଟଙ୍କା ଦେବାକୁ ନେଇ ପଛକୁ ହଟି ଯାଇଥିଲେ । ସେ ସମୟରେ ମୁଁ ନୂଆ ଘର କିଣିଥିଲି । ପ୍ରଯୋଜକଙ୍କ ପାଖରେ ଥିବା ମୋ ଟଙ୍କା ପାଇ ମୁଁ ଘରର ପଇସା ଶୁଝିବି ବୋଲି ଭାବିଥିବା ବେଳେ ଦିନେ ସେ ମୋତେ ଫୋନ କରି ଟଙ୍କା ଦେଇ ପାରିବି ନାହିଁ ବୋଲି କହିଥିଲେ । ଏଭଳି ଶୁଣି ମୁଁ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲି ବୋଲି କହିଛନ୍ତି ଟିନା । ତେବେ ପ୍ରଯୋଜକଙ୍କ ନାଁ ନ ନେଇଥିଲେ ବି ସେ ଏବେ ଏ ନେଇ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌ରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର