ବଲିଉଡ୍ ଅଭିନେତ୍ରୀ ୱାହିଦା ରେହମାନଙ୍କ ବୟାନ; ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ନୁହେଁ ଆଜୀବନ କାରାଦଣ୍ଡ ଦିଆଯିବା ଦରକାର

ମୁମ୍ବାଇ: ଗତମାସରେ ହାଇଦ୍ରାବାଦର ଜଣେ ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା, ତାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏବେ ଦୁଷ୍କର୍ମରେ ସାମିଲ ଥିବା ୪ଜଣ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟର କରିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ୱାହିଦା ରେହମାନ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। କାହାକୁ ହତ୍ୟା କରିବାର ଅଧିକାର ଆମର ନାହିଁ। ଫାଶୀ ଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡ ଦିଆଯିବା ଦରକାର ବୋଲି କହିଛନ୍ତି ୱାହିଦା। ତାଙ୍କର ଏଭଳି ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

वहीदा रहमान
amarujala.com

ୱାହିଦାଙ୍କ କହିବା ମୁତାବକ, ମୋର ବ୍ୟକ୍ତିଗତ ଚିନ୍ତାଧାରା ହେଉଛି କି, ଦୁଷ୍କର୍ମ ହେଉଛି ଏକ ଜଘନ୍ୟ ଅପରାଧ। ଏଭଳି ଅପରାଧକୁ କେବେ ଭୁଲି ହେବ ନାହିଁ। କିନ୍ତୁ ଜଣଙ୍କ ଜୀବନ ନେବା ମୋ ମତରେ ଠିକ୍ ନୁହେଁ। କାହାର ଜୀବନ ନେବାର ଅନୁମତି ନ ଦେଇ ବରଂ ତାକୁ ଆଜୀବନ କାରାଦଣ୍ଡ ଦେବା ଦରକାର ବୋଲି ସେ କହିଛନ୍ତି। ଏହା ସହ ଆଇନ ବ୍ୟବସ୍ଥା ଉପରେ ନିଜର ମତ ରଖି ସେ କହିଛନ୍ତି କି, ଯଦି ପୁଲିସ ଜଣଙ୍କୁ ପ୍ରମାଣ ସହ ଗିରଫ କରିଛି, ତେବେ ସେହି ମାମଲାର ଶୁଣାଣି ଅଦାଲତରେ ହେବାର କୌଣସି ଆବଶ୍ୟକତା ନାହିଁ। ଏଭଳି କରି ଜନତାଙ୍କ ଟଙ୍କା ନଷ୍ଟ କରିବା ପରିବର୍ତ୍ତେ ସିଧା ସେମାନଙ୍କୁ ଦଣ୍ଡ ଦେଇ ଦେବା ଦରକାର।

ସମ୍ବନ୍ଧିତ ଖବର