ମାରପିଟଠାରୁ ଆରମ୍ଭ କରି ଯୌନ ନିର୍ଯାତନା ପର୍ଯ୍ୟନ୍ତ ଅନେକ କିଛି ସହ୍ୟ କରିଛନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ : ବଲିଉଡ୍‌ ଦୂରରୁ ଦେଖିବାକୁ ଯେତେ ସୁନ୍ଦର ଦେଖାଯାଏ ପାଖରୁ ସେତିକି ଭୟାବହ । କଳାକାର ପରଦା ଉପରେ ଦର୍ଶକଙ୍କ ମନମୋହିଲା ଭଳି ଅଭିନୟ କରିଥିଲେ ମଧ୍ୟ ବାସ୍ତବ ଜୀବନରେ ଅନେକ ପ୍ରକାରର ଯନ୍ତ୍ରଣାରେ ରହିଥାନ୍ତି। ନିକଟରେ କିଛି କଳାକାର ଇଣ୍ଡଷ୍ଟି୍ରରେ କାଷ୍ଟିଂ କାଉଚକୁ ନେଇ ସ୍ୱର ଉତ୍ତୋଳନ ଆରମ୍ଭ କରିଥିବା ବେଳେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଅଭିନୟକୁ ଆସିବା ଲାଗି ମାଡ଼ ଖାଇବା ସହ ଅପ୍ରାକୃତିକ ଯୌନ ନିର୍ଯାତନା ଆଦି ସହ୍ୟ କରିଛନ୍ତି । ଆସନ୍ତୁ ଜାଣିବା ଏହି ତାଲିକାରେ ଥିବା ଅଭିନେତ୍ରୀମାନଙ୍କ ବିଷୟରେ ।

khabar.ndtv.com

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନଙ୍କ ସଂପର୍କ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି । ସଞ୍ଜୟ ଲୀଲା ଭଂସାଲିଙ୍କ ‘ହମ ଦିଲ୍‌ ଦେ ଚୁକେ ସନମ୍‌’ ଚଳଚ୍ଚିତ୍ରରୁ ଦୁହିଁଙ୍କର ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା ।ତେବେ କିଏ ମଧ୍ୟ ସ୍ୱପ୍ନରେ ଭାବି ନଥିଲେ ଏହି ସଂପର୍କ ଭବିଷ୍ୟତରେ ଏପରି ଭୟାବହ ହେବ । ୨୦୦୦ ମସିହାରେ ଐଶ୍ୱର୍ଯ୍ୟାଙ୍କ ମାତାପିତା ସଲମାନଙ୍କ ବିରୋଧରେ ପୁଲିସରେ ଘରେ ଜବରଦସ୍ତି ପ୍ରବେଶ କରିବା ସହ ଐଶ୍ୱର୍ଯ୍ୟାଙ୍କୁ ମାରପିଟ କରିବାର ଅଭିଯୋଗ ଲଗାଇଥିଲେ । ସ୍ୱୟଂ ଐଶ୍ୱର୍ଯ୍ୟା ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ବିଷୟରେ ପ୍ରକାଶ କରିଥିଲେ ।

India Today

ବଲିଉଡ୍‌ କୁଇନ ଭାବେ ଜଣାଯାଉଥିବା କଙ୍ଗନା ରାନାଓ୍ଵତ ମଧ୍ୟ ହୋଇଛନ୍ତି ଯୌନ ନିର୍ଯାତନାର ଶିକାର । କଙ୍ଗନା ତାଙ୍କର ପିତାଙ୍କ ବୟସର ଅଭିନେତା ଅଦିତ୍ୟ ପାଞ୍ଚୋଲିଙ୍କ ବିରୁଦ୍ଧରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଆରୋପ ଲଗାଇଥିଲେ । ଏହା ସେହି ସମୟର କଥା ଯେତେବେଳେ କଙ୍ଗନା ବଲିଉଡ଼ରେ ତାଙ୍କର କ୍ୟାରିୟର ଆରମ୍ଭ କରୁଥିଲେ ।

India Today

ନବେ ଦଶକର ଡ଼ିମ୍ପଲ କୁଇନ ପ୍ରୀତି ଜିଣ୍ଟା ତାଙ୍କ ପ୍ରେମିକ ବ୍ୟବସାୟିକ ନେସ୍‌ ଓ୍ଵାଡ଼ିଆଙ୍କ ବିରୋଧରେ ୨୦୧୪ ମସିହାରେ ମାରପିଟ କରିବାର ଆରୋପ ଲଗାଇଥିଲେ । ପ୍ରୀତି ତାଙ୍କ ଆରୋପରେ କହିଥିଲେ ୨୦୦୯ ମସିହାରେ ଏକ ପାର୍ଟିରେ ସର୍ବସମ୍ମୁଖରେ ନେିସ୍‌ ତାଙ୍କ ଉପରକୁ ହାତ ଉଠାଇଥିଲେ ।

ସମ୍ବନ୍ଧିତ ଖବର