ଏ ବର୍ଷ ଓଲିଡଡ୍‌ ରିଲିଜରେ ଅନୁପସ୍ଥିତ ନାୟିକା !

ଚଳିତ ବର୍ଷ ବଡ଼ପରଦାରେ ଦର୍ଶକ ଅଧିକାଂଶ ଅଭିନେତ୍ରୀଙ୍କୁ ଦେଖିବାକୁ ପାଇଛନ୍ତି। ହେଲେ ତା’ ଭିତରେ ବି କିଛି କଳାକାରଙ୍କୁ ୨୦୧୭ରେ ମୁକ୍ତିପ୍ରାପ୍ତ କୌଣସି ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ଦର୍ଶକ। ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା।

ଓଲିଉଡ୍‍ର ଚୁଲୁବୁଲି ନାୟିକା ପ୍ରିୟାଙ୍କୁ ଏ ବର୍ଷ ଦର୍ଶକ ମିସ୍‌ କରିଛନ୍ତି। ଯଦିଓ ସେ ଛୋଟ ପରଦାରେ ରିଆଲିଟି ସୋ’ରେ ନଜର ଆସିଛନ୍ତି ମାତ୍ର ଫିଲ୍ମରେ ନଜର ଆସିନାହାନ୍ତି। ଠିକ୍‌ ସେହିପରି ଅନେକ ହିଟ୍‌ ସିନେମାର ନାୟିକା ନମ୍ରତା ଥାପ୍ପା ବି ବିଗତ ବର୍ଷ ଭଳି ଏ ବର୍ଷ ଓଡ଼ିଆ ଫିଲ୍ମରେ ଅନୁପସ୍ଥିତ ଅଛନ୍ତି।

Jina

‘ଆପ୍‌ନା ହାତ ଜଗନ୍ନାଥ’ ଜରିଆରେ ଓଲିଉଡ୍‍ ଡ଼େବ୍ୟୁ କରିଥିବା ନାୟିକା ଉପାସନା ମହାନ୍ତିଙ୍କୁ କୌଣସି ବି ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ସିନେପ୍ରେମୀ। ଓଲିଉଡ୍‌ର ଜଣାଶୁଣା ନାୟିକା ଜୀନା ଓ ଦେବଯାନୀ ବି ଅନୁପସ୍ଥିତ ତାଲିକାରେ ରହିଛନ୍ତି। ଜୀନାଙ୍କ ଅଭିନୀତ ‘ଆଣ୍ଟି ନମସ୍କାର’ ୨୦୧୭ରେ ରିଲିଜ୍‌ ହେବାର ଥିଲା;ମାତ୍ର ତାହା ରିଲିଜ୍‌ ନ ହେବା ଫଳରେ ଓ ସେ ଅନ୍ୟ କୌଣସି ସିନେମାରେ ଅଭିନୟ କରିନଥିବା ହେତୁ ଓଲିଉଡ୍‍ରେ ତାଙ୍କୁ ମିସ୍‌ କରିଛନ୍ତି ସିନେପ୍ରେମୀ। ଠିକ୍‌ ସେହିପରି ‘ରଙ୍ଗିଲା ଟୋକା’ ଓ ‘ଖାସ୍‌ ତୁମରି ପାଇଁ’ ଫେମ୍‌ ଦେବଯାନୀଙ୍କ ଆଗାମୀ ଫିଲ୍ମ ‘ଅଜାତଶତ୍ରୁ’ ଏ ବର୍ଷ ଆସି ନ ଥିବା ହେତୁ ସେ ବି ଅନୁପସ୍ଥିତ ତାଲିକାଭୁକ୍ତ ହୋଇଛନ୍ତି।

Lipsa

‘ମାୟା’ ଓ ‘ପିଲାଟା ବିଗିଡ଼ିଗଲା’ ଫେମ୍‌ ଲିପ୍‌ସା ମିଶ୍ର ଓ ‘ଲଭ୍‌ମାଷ୍ଟର’, ‘ରକ୍‌ଷ୍ଟାର୍‌’ ଓ ‘ବାଇଶି ପାହାଚେ ଖେଳିବ ମୀନ’ପରି ସିନେମାର ନାୟିକା ପୁନମ ମିଶ୍ରଙ୍କର ବି ଗୋଟିଏ ହେଲେ ଓଡ଼ିଆ ଛବି ପରଦାକୁ ଆସିନାହିଁ ଏ ବର୍ଷ। ‘ତୁ ଥା ମୁଁ ଯାଉଛି ଋଷି’,‘ତତେ ଭଲ ପାଉଛି ବୋଲି’,‘ଆଶିକ୍‌’,‘ଓ୍ଵାନ୍‌ ଫୋର୍‌ ଥ୍ରି ଆଇ ଲଭ୍‌ ୟୁ’,‘ଆମେ ତ ଟୋକା ଷଣ୍ଢମାର୍କା’ ଓ ‘ଓମ୍‌ ସାଇ ରାମ୍‌’ରେ ନାୟିକା ଭୂମିକା ନିଭାଉଥିବା କୋଏଲ୍‌ଙ୍କର ୨୦୧୭ରେ କୌଣସି ଓଡ଼ିଆ ସିନେମା ରିଲିଜ୍‌ ହୋଇନାହିଁ।

ସମ୍ବନ୍ଧିତ ଖବର