ବୋଲଡ ନାୟିକା ଅଦା ଶର୍ମା ଫ୍ୟାନମାନଙ୍କ ଉଦ୍ଦେଶ୍ୟରେ କହିଲେ ଏହି କଥା !

ମୁମ୍ବାଇ: ଅନେକ ବଲିଉଡ ହିରୋଇନ୍‌ ବେଳେ ବେଳେ ନିଜର ହଟ୍‌ ଫଟୋ ମଧ୍ୟ ସେଆର୍‌ କରୁଛନ୍ତି ଇନ୍‌ଷ୍ଟାଗ୍ରାମ୍‌ରେ। ଏବେ ଏହି ତାଲିକାରେ ସାମିଲ୍‌ ହୋଇଛନ୍ତି ହଟ୍‌ ନାୟିକା ଅଦା ଶର୍ମା।ସସପେନସ୍‌ ଫିଲ୍ମ ‘୧୯୨୦’ରେ ବଲିଉଡ଼୍‍ ଡ଼େବ୍ୟୁ କରିଥିଲେ ଅଦା ଶର୍ମା। ଏତଦ୍‌ ବ୍ୟତୀତ ସେ ‘ହମ୍‌ ହେ ରାହି କାର୍‌କେ’,‘ହଁସି ତୋ ଫଁସି’ ଓ ‘କମାଣ୍ଡୋ-୨’ ଭଳି ଫିଲ୍ମରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି।


ଅଦା ଶର୍ମା ଆଜିକାଲି ନିଜର ଫ୍ୟାନ୍‌ମାନଙ୍କ ଉଦ୍ଦେଶ୍ୟରେ ନିଜର ଫଟୋ ଓ ଭିଡ଼ିଓ ମଧ୍ୟ ସେଆର୍‌ କରୁଛନ୍ତି। ଏବେ ଅଦା ଶର୍ମା ‘ଦ ମ୍ୟାନ୍‌’ ମାଗାଜିନ୍‌ ପାଇଁ ପାଣି ଜାହାଜରେ ବିକିନି ପିନ୍ଧା ଏକ ଫଟୋ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସାମିଲ୍‌ କରିଛନ୍ତି।
ଖାଲି ସେତିକି ନୁହେଁ ଏହି ହଟ୍‌ ହିରୋଇନ୍‌ ବିକିନି ବଡ଼ି ବନାଇବା ଲାଗି ଟିପ୍‌ସ ବି ଦେଇଛନ୍ତି। ଏଥିପାଇଁ ସେ ଦୁଇଟି ଷ୍ଟେପ୍‌ କହିଛନ୍ତି। ପ୍ରଥମଟି -ଏକ ବିକିନି ନିଅନ୍ତୁ ଓ ଦ୍ୱିତୀୟଟି ନିଜ ଶରୀରରେ ପିନ୍ଧନ୍ତୁ।

ଅଦାଙ୍କର ଏହି ଫଟୋକୁ କେହି ହଟ୍‌ ବୋଲି କହୁଛନ୍ତି ତ, ଆଉ କେହି ବକ୍‌ବାସ୍‌ ବୋଲି କମେଣ୍ଟ୍‌ ଦେଇଛନ୍ତି। ଜଣେ ୟୁଜର୍‌ ଏକଥା ବି ଲେଖିଛନ୍ତି ଯେ,ଆପଣ ବୋଧହୁଏ ଡ଼ାଏଟିଂରେ ଅଛନ୍ତି,ଯେଉଁଥିପାଇଁ ଆପଣଙ୍କ ସବୁ ହାଡ଼ ସଫା ସଫା ଦିଶୁଛି।

ସମ୍ବନ୍ଧିତ ଖବର