ବଲିଉଡ୍‌ ଅଭିନେତ୍ରୀ ଆଦିତି ରାଓ ହାଇଦରୀଙ୍କ ଖୁଲାସା : କ୍ୟାରିୟର ଆରମ୍ଭରେ ମୁଁ ମଧ୍ୟ କାଷ୍ଟିଙ୍ଗ କାଉଚ୍‌ର ଶିକାର ହୋଇଥିଲି

ନୂଆଦିଲ୍ଲୀ : ବଲିଉଡ୍‌ ହେଉ ବା ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ ସମୟରେ କଳାକାରମାନେ ଶିକାର ହୋଇଥିବା କାଷ୍ଟିଙ୍ଗ କାଉଚ୍‌ର ଘଟଣା ସାମ୍ନାକୁ ଆସିଥାଏ । ପୂର୍ବରୁ ଅନେକ ବଲିଉଡ୍‌,ଟଲିଉଡ୍‌ ଏବଂ ହଲିଉଡ୍‌ କଳାକାର କାଷ୍ଟିଙ୍ଗ କାଉଚ୍‌ର ଶିକାର ହୋଇଥିବା ନେଇ ଖୁଲାସା କରିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀ । ସେ ହେଉଛନ୍ତି ‘ଭୂମି’ ଚଳଚ୍ଚିତ୍ରର ଅଭିନେତ୍ରୀ ଆଦିତି ରାଓ ହାଇଦରୀ । ବଲିଉଡ୍‌ରେ କେହି ଗଡ୍‌ଫାଦର ନଥିବା ବେଳେ କ୍ୟାରିୟର ଆରମ୍ଭ କରିବା ଖୁବ୍‌ କଷ୍ଟ ହୋଇଥାଏ । ଏଭଳି ପରିସ୍ଥିତିରେ ଆଦିତିଙ୍କ କେହି ଗଡ଼୍‍ଫାଦର ନଥିବାରୁ ତାଙ୍କୁ କାଷ୍ଟିଙ୍ଗ କାଉଚ୍‌ର ଶିକାର ହେବାକୁ ପଡ଼ିଥିଲା । କାମ ଦେବା ପାଇଁ କିଛି ଲୋକ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ।

DesiMartini

ଯାହାକୁ ନ ମାନିବାରୁ କିଛି ବର୍ଷ ଆଦିତିଙ୍କୁ ଘରେ ବସି ରହିବାକୁ ପଡ଼ିଥିଲା । କାମ ମିଳୁ ନଥିଲେ ମଧ୍ୟ ସେ କାହା ଆଗରେ ମୁଣ୍ଡ ନୁଆଁଁଇ ନଥିଲେ । କାଷ୍ଟିଙ୍ଗ କାଉଚ୍‌କୁ ବିରୋଧ କରିବାରୁ ତାଙ୍କ ହାତରୁ ଅନେକ ଭଲ ଫିଲ୍ମ ଖସି ଯାଇଥିଲା । ଯାହା ପାଇଁ ସେ କାନ୍ଦିବା ସହ ଅବସାଦଗ୍ରସ୍ତ ହୋଇ ଯାଇଥିଲେ । କିନ୍ତୁ ଧିରେ ଧିରେ ସବୁ କିଛି ଠିକ୍‌ ହେବା ସହ ତାଙ୍କୁ ଫିଲ୍ମ ମିଳିବା ଆରମ୍ଭ ହୋଇଥଲା । ଆଜି ସେ ନିଜର ନିଷ୍ପତ୍ତିିକୁ ନେଇ ଖୁସି ଥିବା କହିଛନ୍ତି ।

ସମ୍ବନ୍ଧିତ ଖବର