ଏହି ଓଲିଉଡ ନାୟିକାଙ୍କ ସହ ଆଦିତ୍ୟ ନାରାୟଣଙ୍କର ଚୁମ୍ବନ ଭିଡିଓ ଭାଇରାଲ୍‌

0 2,309

ଓଲିଉଡ ନାୟିକା ମୋନାଲିସାଙ୍କ ସହ ପ୍ରଖ୍ୟାତ ଗାୟକ ଉଦିତ ନାରାୟଣଙ୍କ ପୁଅ ତଥା ଅଭିନେତା ଆଦିତ୍ୟ ନାରାୟଣଙ୍କର ଏକ ଚୁମ୍ବନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉଭୟେ ଓଠ ଉପରେ ଓଠ ଥାପି ଏହି ଚୁମ୍ବନ ଦେଉଥିବାର ଦେଖିବାକୁ ମିଳୁଛି। ପ୍ରକୃତରେ ଏହି ଦୃଶ୍ୟଟି ହେଉଛି ଆଦିତ୍ୟ ନାରାୟଣଙ୍କ ଗୀତ ‘ମୁଡ୍‌ ବିଗାଡେଲୁ’ର ଏକ ଦୃଶ୍ୟ। ଏହି ଗୀତରେ ମୋନାଲିସା ଏବଂ ଆଦିତ୍ୟ ଖୁବ୍‌ ମନମୋହକ ନୃତ୍ୟ କରିଛନ୍ତି।

ଭୋଜପୁରୀ ସିନେମାରେ ସୁପରଷ୍ଟାର୍‌ ମୋନାଲିସା ସାରା ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି। ଇତି ମଧ୍ୟରେ ମୋନାଲିସା ଶହେରୁ ଅଧିକ ଭୋଜପୁରୀ ସିନେମାରେ ନାୟିକା ମୋନାଲିସା ସେ ବଙ୍ଗଳା ସିନେମାରେ କାମ କରୁଥିବାବେଳେ ହିଁ ମୋନାଲିସା ଓରଫ ଅନ୍ତରା ବିଶ୍ୱାସ ଓଡ଼ିଆ ମନୋରଞ୍ଜନ ଶିଳ୍ପ ସହିତ ଜଡ଼ିତ ହେଲେ। ତାଙ୍କୁ ନିର୍ଦ୍ଦେଶକ ବବି ଇସ୍‌ଲାମ୍‌ ‘ରଙ୍ଗ୍‌ ନମ୍ବର’ ଚଳଚ୍ଚିତ୍ରରେ ଏକ ଆଇଟମ୍‌ ନମ୍ବର ଲାଗି ଚୁକ୍ତିବଦ୍ଧ କରିଥିଲେ।ଏହି ସିନେମାରେ ମିହିର ଦାସ,ଶ୍ରୀତମ୍‌ ଦାସ,ପିଣ୍ଟୁ ନନ୍ଦ ଓ ଜ୍ୟୋତି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ।


ଏହାପରେ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ ଏହି ନାମୀ ନାୟିକାଙ୍କୁ ତାଙ୍କ ନିର୍ଦ୍ଦେଶିତ ଏକମାତ୍ର ଓଡ଼ିଆ ସିନେମା ‘ଜୟ ଶ୍ରୀରାମ’ରେ ନାୟକ ବବି ମିଶ୍ରଙ୍କ ବିପକ୍ଷରେ ସୁଯୋଗ ଦେଇଥିଲେ। ଫିଲ୍ମରେ ସେ ଖୁବ୍‌ ଭଲ ଅଭିନୟ କରିଥିଲେ ବି ପରେ ମୋନାଲିସାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିନାହାଁନ୍ତି ଦର୍ଶକ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.