ୟାଦ ଆୟା ମାଧ୍ୟମରେ ଶ୍ରୋତାଙ୍କ ପାଖକୁ ଫେରିଲେ ଅଦନାନ

ମୁମ୍ବାଇ: ଶ୍ରୋତାଙ୍କ ପାଖକୁ ନୂଆ ମ୍ୟୁଜିକ ଭିଡିଓ ଆଲବମ ସହ ଫେରିଛନ୍ତି ଜଣାଶୁଣା ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଦନାନ ସାମୀ । ପ୍ରଶଂସକଙ୍କୁ ବେଶ କିଛି ଦିନ ଅପେକ୍ଷା କରାଇବା ପରେ ପୁଣି ନିଜର ନୂଆ ଆଲବମ ଭିଡିଓ ସହ ଫେରିଛନ୍ତି ସିଙ୍ଗର ଅଦ୍ନନ ସାମୀ । ସାମୀଙ୍କ ଏହି ନୂଆ ପ୍ରସ୍ତୁତିର ନାଁ ରହିଛି ତ ୟାଦ ଆୟା । ମୁମ୍ବାଇରେ ମୁ୍ୟଜିକ ଲଂଚ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଅଦନାନଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗୀତକୁ କମ୍ପୋଜ କରିବା ସହ ଏଥିରେ ଅଦନାନ ଅଭିନୟ କରିଛନ୍ତି ।


ତାଙ୍କ ନାୟିକା ଭାବେ ଅଦା ଶର୍ମାଙ୍କ ଅଭିନୟ ରହିଛି । କୁନାଲ ବର୍ମା ଏହାକୁ ଲେଖିବା ସହ କମ୍ପୋଜ ମଧ୍ୟ କରିଛନ୍ତି । ଟି ସିରିଜ ମ୍ୟୁଜିକ କମ୍ପାନୀ ବ୍ୟାନରରେ ଏହାକୁ ରିଲିଜ କରାଯାଇଛି ।

ଶେଷ ଥର ପାଇଁ ଫିଲ୍ମ ବଜରଙ୍ଗୀ ଭାଇଜାନରେ ଅଦନାନଙ୍କ ଆୱାଜ ଶୁଣିବାକୁ ମିଳିଥିଲା ।ଏଥିରେ କବାଲୀ ଗୀତ ଗାଇବା ସହ ଅଭିନୟ କରିଥିଲେ ଅଦନାନ୍ ସାମୀ । ଏହି ବର୍ଷ ହିଁ ତାଙ୍କୁ ସବୁଠୁ ବଡ ଖୁସି ଖବର ମିଳିଥିଲା । ଅଦନାନ ଓ ତାଙ୍କ ପରିବାରକୁ ଭାରତୀୟ ନାଗରିକତା ଦେଇଥିଲେ ଭାରତ ସରକାର । ଆଉ ଏବେ ସମ୍ମାନୀୟ ପଦ୍ମ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି ।

ସମ୍ବନ୍ଧିତ ଖବର