ଛାଡ଼ପତ୍ରର ଦୁଇ ବର୍ଷ ପରେ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ପରିବର୍ତ୍ତନ ଆଣିଲେ ଅଭିନେତ୍ରୀ ମଲ୍ଲାଇକା

ମୁମ୍ବାଇ : ଅର୍‌ବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଏବେ ମଲ୍ଲାଇକା ଆରୋରା ଅଭିନେତା ଅର୍ଜୁନ କପୁରଙ୍କ ସହ ପ୍ରେମ ସଂପର୍କ ରଖିଥିବା ନେଇ ଚର୍ଚ୍ଚା ହେଉଛି । ଏ ଖବରରେ କେତେ ସତ୍ୟତା ରହିଛି, ତାହା ଜଣା ପଡ଼ି ନଥିବା ବେଳେ ବିଭିନ୍ନ ସମୟରେ ଦୁହିଁଙ୍କୁ ଏକାଠି ସମୟ ବିତାଉଥିବା ଦେଖାଯାଉଛି। ଦୁହେଁ ଆସନ୍ତା ବର୍ଷ ବିବାହ କରିବେ ବୋଲି ମଧ୍ୟ ଖବର ମିଳିଥିବା ବେଳେ ଏବେ ମଲ୍ଲାଇକା ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

 

India Today

ସୂଚନା ମୁତାବକ, ମଲ୍ଲାଇକା ଏବଂ ଅର୍‌ବାଜଙ୍କ ଛାଡ଼ପତ୍ରକୁ  ଦୁଇ ବର୍ଷ ହୋଇ ଯାଇଥିବା ବେଳେ ମଲ୍ଲାଇକା ନିଜ ନାଁରୁ ଖାନ୍‌ ହଟାଇ ନ ଥିଲେ । କିନ୍ତୁ ଏବେ ଦୁଇ ବର୍ଷ ପରେ ସେ ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲରୁ ଖାନ୍‌ ଟାଇଟେଲ ହଟାଇ ଦେଇଥିବା ଦେଖାଯାଇଛି । ଏ ପର୍ଯ୍ୟନ୍ତ ତାଙ୍କ  ଇନ୍‌ଷ୍ଟା ହ୍ୟାଣ୍ଡେଲରେ ତାଙ୍କ ନାମ ମଲ୍ଲାଇକା ଆରୋରା ଖାନ୍‌ ଥିବା ବେଳେ ଏବେ ତାଙ୍କ ଆକାଉଣ୍ଟର ନାଁ ମଲ୍ଲାଇକା ଆରୋରା ଥିବା ଦେଖାଯାଇଛି । ମଲ୍ଲାଇକାଙ୍କ ଏପରି କାମ ଅର୍ଜୁନ ଏବଂ ତାଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କର ଖବରକୁ ନେଇ ଲୋକମାନଙ୍କ ମନରେ ଥିବା ସନ୍ଦେହକୁ କିଛିଟା ଦୂର କରି ପାରିଥିବା ଦେଖାଯାଇଛିା

ସମ୍ବନ୍ଧିତ ଖବର