ମୁମ୍ବାଇ: ଗତ କିଛି ବର୍ଷ ଭିରରେ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଇ ବଲିଉଡ୍କୁ ସରଗରମ କରୁଥିବା ପରି ଅଭିନେତା ହେଉଛନ୍ତି ଅକ୍ଷୟ କୁମାର। ‘ରୁସ୍ତମ’, ‘ଟଏଲେଟ୍’ ଓ ‘ପ୍ୟାଡ୍ମ୍ୟାନ୍’ ଏହାର ଏକ ଏକ ଉଦାହରଣ। ଲଗାତର ଭାବେ ସିନେ ଜଗତକୁ ୩ଟି ଜବରଦସ୍ତ ଚଳଚ୍ଚିତ୍ର ଦେବା ପରେ ଏବେ ଦର୍ଶକଙ୍କର ତାଙ୍କୁ ନେଇ ଆଶା ଆହୁରି ବଢ଼ି ଯାଇଛି। ଅକ୍ଷୟ ତାଙ୍କର ୪ର୍ଥ ହିଟ୍ ଫିଲ୍ମ କେବେ ଦେବେ ବୋଲି କଥା ଉଠିଛି। ତାହା ବି ଆଉ ବେଶି ସମୟ ନୁହେଁ। ଖୁବ୍ ଶୀଘ୍ର ଖିଲାଡ଼ୀ ବୟ ଅକ୍ଷୟ କୁମାର ତାଙ୍କର ଦର୍ଶକମାନେଙ୍କୁ ତାଙ୍କର ୪ର୍ଥ ହିଟ୍ ଚଳଚ୍ଚିତ୍ର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି।
/sambad/media/post_attachments/wp-content/uploads/2018/07/dc-Cover-h2ih1gn82ovvfq2194bn20t7m2-20180723131131.Medi_-300x168.jpeg)
ତେବେ ଜାଣିବା ପରି କଥା ହେଉଛି ଯେ ଅକ୍ଷୟ କୁମାର ନିର୍ଦ୍ଦେଶକ ପ୍ରେରଣା ଆରୋରାଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର କରିପାରନ୍ତି। ଆପଣ ସୂଚନା ସକାଶେ ଜଣାଇ ଦେଉଛିୁ ଯେ ଏହି ୨ ବର୍ଷ ମଧ୍ୟରେ ପ୍ରେରଣା ୪ଟି ଚଳଚ୍ଚିତ୍ର ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ଅକ୍ଷୟଙ୍କ ସହ କାର୍ଯ୍ୟ କରିବାକୁ ସେ ନିଜର ଭାଗ୍ୟ ବୋଲି ଭାବୁଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/657006-akshay.jpg)