ବଲିଉଡ୍କୁ ୫୦ବର୍ଷ ଦେବା ପରେ ମଧ୍ୟ ଟୁଇଟ୍ କରି ଆମେ ଭୁଲ ଚାକିରିରେ ଅଛୁ ବୋଲି କହିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାରଣ
ମୁମ୍ବାଇ : ବଲିଉଡ୍ରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ୫୦ବର୍ଷ ହୋଇ ସାରିଥିଲେ ମଧ୍ୟ ଏବେ ସେ ଭୁଲ ଚାକିରିରେ ଅଛନ୍ତି ବୋଲି କହିଛନ୍ତି । ୫୦ବର୍ଷ ମଧ୍ୟରେ ତାଙ୍କୁ ଦର୍ଶକଙ୍କ ମନରେ ଯେଉଁ ସ୍ଥାନ ମିଳିଛି, ସେଠାରେ ପହଞ୍ଚିବା ସବୁ କଳାକାରଙ୍କର ସ୍ୱପ୍ନ ରହିଥାଏ । କିନ୍ତୁ ଏତେ ଲୋକପ୍ରିୟତା ପରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଏଭଳି ଟୁଇଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ତାଙ୍କର ଏଭଳି ଲେଖିବାର କାରଣ ମଧ୍ୟ ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
really .. ? we are in the wrong job ..!!!???? https://t.co/i9nQQMfz5M
— Amitabh Bachchan (@SrBachchan) 2 May 2019
ସୂଚନା ମୁତାବକ, େଓ୍ଵଲ୍ଥ କ୍ରାଫ୍ଟର ମାଲିକ ମୟୁର ସେଜପାଲ ଅମାଜନ, ଆପଲ, ଗୁଗଲ, ମାଇକ୍ରୋସପ୍ଟ, ଇଣ୍ଟେଲ, ଫେସବୁକ୍ ଏବଂ ନେଟ୍ଫ୍ଲିକ୍ସ ପ୍ରତି ଘଣ୍ଟାର ଆୟ ବିଷୟରେ ଟୁଇଟ୍ କରି ଜଣାଇଥିଲେ । ଯାହାକୁ ଦେଖି ବିଗ୍ ବି ଆମେ ଭୁଲ ଚାକିରିରେ ଅଛୁ ବୋଲି ଲେଖିଥିଲେ ।