ମୁମ୍ବାଇ : ବଲିଉଡ୍ରେ ମାତ୍ର ୭ବର୍ଷ ହେଲା ପାଦ ରଖିଥିଲେ ମଧ୍ୟ ଆଜି ଆୟୁଷ୍ମାନ ଖୁରାନା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭିନ୍ନ ଭିନ୍ନ ମଜାଦାର କାହାଣୀରେ ନଜର ଆସି ସେ ଦର୍ଶକଙ୍କ ପ୍ରିୟ ଅଭିନେତା ପାଲଟିଛନ୍ତି । ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେବା ପରେ ଏବେ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ବନି ପାରିଛନ୍ତିି । କିଛି ଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ଡ୍ରିମ୍ ଗର୍ଲ ରିଲିଜ୍ ହୋଇଥିଲା । ଫିଲ୍ମରେ ଆୟୁଷ୍ମାନଙ୍କ ଚରିତ୍ରକୁ ଲୋକେ ପସନ୍ଦ କରିବା ସହ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ଫିଲ୍ମ । ଲଗାତାର ସଫଳତା ମିଳିବା ପରେ ଏବେ ନିଜ ସଫଳତାକୁ ଦେଖି ଆୟୁଷ୍ମାନ ନିଜର ପାରିତୋଷିକ ବଢ଼ାଇଥିବା ଜଣାପଡ଼ିଛି ।
/sambad/media/post_attachments/53e3acfa72706c21d6ad812f84a41742cd85b705acaeaf4e80b57dd19ea33f15.jpeg)
ପୂର୍ବରୁ ସେ ଗୋଟେ ଫିଲ୍ମ ପାଇଁ ୨କୋଟି ଟଙ୍କା ନେଉଥିଲେ । କିନ୍ତୁ ଏବେ ନିଜ ଫିଲ୍ମର ଚାହିଦାକୁ ଦେଖି ଆୟୁଷ୍ମାନ ଗୋଟେ ଫିଲ୍ମ ପାଇଁ ୧୦କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି । ୨୦୨୦ରେ ସେ କରିବାକୁ ଯାଉଥିବା ସମସ୍ତ ଫିଲ୍ମ ପାଇଁ ୧୦କୋଟି ଟଙ୍କା ନେବେ ବୋଲି ସୂଚନା ମିଳିଛି ।