ଏଲି ଆବ୍ରାହମ୍‌ଙ୍କ ପରେ ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ପ୍ରେମରେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଅନେକ ସମୟରେ କ୍ରିକେଟ୍‌ ତାରକାଙ୍କୁ ବଲିଉଡ୍‌ ତାରକାଙ୍କ ସହ ଯୋଡ଼ା ଯାଇଥାଏ। ପୂର୍ବରୁ ଏହାର ବିଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ଆଜି ଆମେ ଭାରତୀୟ କ୍ରିକେଟ ଟିମ୍‌ର ନବାଗତ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ କହିବାକୁ ଯାଉଛୁ । ଅଭିନେତ୍ରୀ ଏଲି ଆବ୍ରାହମ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ତାଙ୍କର ଅନ୍ୟ କୌଣସି ବଲିଉଡ଼୍‍ ଅଭିନେତ୍ରୀଙ୍କ ସହ ସଂପର୍କ ଥିବା ଆଲୋଚନା ହୋଇନଥିଲା। ଏବେ କିନ୍ତୁ ତାଙ୍କର ଅଭିନେତ୍ରୀ ଇଶା ଗୁପ୍ତାଙ୍କୁ ନେଇ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।

DNA India

ହାର୍ଦ୍ଦିକ୍‌ ଏବଂ ଇଶାଙ୍କର ପ୍ରଥମ ଥର ପାଇଁ ଜଣେ ସାଙ୍ଗଙ୍କ ପାର୍ଟିରେ ଦେଖା ହୋଇଥିଲା। ଯାହା ପରେ ତାଙ୍କ ମଧ୍ୟରେ ବନ୍ଧୁ ତା ବଢ଼ିବା ସହ ଦୁହିଁଙ୍କୁ ଅନେକ ଥର ରେସ୍ତୋରାଁ ଏବଂ ମଲ୍‌ରେ ଏକା ସାଙ୍ଗରେ ଦେଖିବାକୁ ମିଳିଛି। ତେବେ ଅଭିନେତ୍ରୀ ଏଲି କ୍ରିକେଟର୍‌ଙ୍କୁ କମିଟ୍‌ମେଣ୍ଟ ମାଗିଥିଲେ । କିନ୍ତୁ ହାର୍ଦ୍ଦିକ ତାହାକୁ ଖାମ୍‌ଖିଆଲ ଢ଼ଙ୍ଗରେ ନେଇଥିଲେ ଯାହା ଫଳରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ତାହା ତାଙ୍କ ବ୍ରେକ୍‌ଅପ୍‌ର କାରଣ ପାଲଟିଥିଲା ।
ଅଭିନେତ୍ରୀ ଇଶା ଗୁପ୍ତା ବଲିଉଡ୍‌ରେ ନିଜ କ୍ୟାରିୟର୍‌ ‘ଜନ୍ନତ୍‌-୨’ ଚଳଚ୍ଚିତ୍ରରୁ ଆରମ୍ଭ କରିଥିବା ବେଳେ ତାଙ୍କୁ ଶେଷ ଥର ପାଇଁ ବାଦ୍‌ଶାହୋ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ତେବେ ସେ ପ୍ରାୟତଃ ତାଙ୍କ ବୋଲ୍ଡ ଫଟୋ ସୁଟ୍‌ କୁ ସେଇ ଚର୍ଚ୍ଚାରେ ରହିଥାନ୍ତି ।

ସମ୍ବନ୍ଧିତ ଖବର