ଜାପାନ ପରେ ଚୀନ୍‌ରେ କମାଲ କରିବ ‘ବାହୁବଲୀ-୨’

ନୂଆଦିଲ୍ଲୀ : ‘ଦଙ୍ଗଲ’, ‘ବଜରଙ୍ଗୀ ଭାଇଜାନ’ ,‘ସିକ୍ରେଟ୍‌ ସୁପରଷ୍ଟାର’ ଆଦି ବଲିଉଡ୍‌ ଫିଲ୍ମ ଚୀନ ବକ୍ସ ଅଫିସରେ ଧମାଲ କରି ସାରିବା ପରେ ଏବେ ଧମାଲ କରିବାକୁ ଯାଉଛି ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ବାହୁବଲୀ-୨’ । ଏହି ଫିଲ୍ମଟି ଭାରତରେ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିବା ବେଳେ ଏହାକୁ ଜାପାନରେ ରିଲିଜ କରାଯାଇଥିଲା । ରିଲିଜ୍‌ ପରେ ଜାପାନର ଦର୍ଶକମାନେ ଏହାକୁ ଖୁବ୍‌ ପସନ୍ଦ କରିବା ସହ ଜାପାନ ବକ୍ସ ଅଫିସରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲା ।

BookMyShow

ଏବେ ଚୀନ୍‌ ବକ୍ସ ଅଫିସରେ ମଧ୍ୟ ଫିଲ୍ମଟି ନିଜର କମାଲ ଦେଖାଇବ ବୋଲି ଅଭିନେତା ପ୍ରଭାସଙ୍କ ସମେତ ନିର୍ଦ୍ଦେଶକ ଏସ୍‌.ଏସ୍‌,ରାଜ୍‌ମୌଲୀ ଆଶା ରଖିଥିବା ଜଣା ପଡ଼ିଛି । ପୂର୍ବରୁ ଚାଇନିଜ୍‌ ମାର୍କେଟ୍‌ରେ ଅମିର୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦଙ୍ଗଲ’ ଏବଂ ‘ସିକ୍ରେଟ୍‌ ସୁପରଷ୍ଟାର’ ୧୨୦୦କୋଟି ଏବଂ ୭୫୦ କୋଟି ଟଙ୍କା ଆୟ କରିଥିବା ବେଳେ ସଲମାନ ଖାନ୍‌ଙ୍କ ଫିଲ୍ମ ‘ବଜ୍‌ରଙ୍ଗୀ ଭାଇଜାନ୍‌’ ୩୦୦କୋଟି ଟଙ୍କା ଆୟ କରିଥିଲା । କିନ୍ତୁ ‘ବାହୁବଲୀ-୨’ର ପ୍ରଥମ ଭାଗଟି ଚାଇନିଜ୍‌ ମାର୍କେଟ୍‌ରେ ସେତେଟା ସଫଳତା ହାସଲ କରି ପାରି ନଥିଲା । ୭.୩କୋଟି ଆୟ ପରେ ଫିଲ୍ମର ପ୍ରଦର୍ଶନ ବନ୍ଦ ହୋଇ ଯାଇଥିଲା ବୋଲି ଜଣା ପଡ଼ିଛି । ତେବେ ଏହାର ଦ୍ୱିତୀୟ ଭାଗଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ଆଶା ରଖିଥିବା ବେଳେ ଫିଲ୍ମଟି ମେ ୪ରେ ରିଲିଜ୍‌ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର