ଫେସ୍‌ବୁକ୍‌ର ସହ-ପ୍ରତିଷ୍ଠାତା ମାର୍କ ଜୁକର୍‌ବର୍ଗଙ୍କଠାରୁ ଅଧିକ ଲୋକପ୍ରିୟ ପ୍ରିୟା ପ୍ରକାଶ

ମୁମ୍ବାଇ : ଫେସ୍‌ବୁକ୍‌ର ସହ-ପ୍ରତିଷ୍ଠାତା ମାର୍କ ଜୁକର୍‌ବର୍ଗଙ୍କଠାରୁ ଅଧିକ ଲୋକପ୍ରିୟ ପ୍ରିୟା ପ୍ରକାଶ । ଏ କଥାଟା ଆପଣଙ୍କୁ ଏତେ ଆଶ୍ଚର୍ଯ୍ୟ ଲାଗୁ ଥିବ ନିଶ୍ଚୟ । କାରଣ ଏହି କିଛି ଦିନ ମଧ୍ୟରେ ସେ ବଲିଉଡର ଆଗଧାଡ଼ିର ନାୟକ-ନାୟିକାମାନଙ୍କୁ ପଛରେ ପକାଇ ଦେଇଛନ୍ତି । ମାତ୍ର କେଇ ସେକେଣ୍ଡର ଭିଡ଼ିଓ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ବନି ଯାଇଛନ୍ତି । ଏ ପର୍ଯ୍ୟନ୍ତ ରିଲିଜ ହୋଇ ନ ଥିବା ଫିଲ୍ମର ସେ ନାୟିକା, ତା’ ପୂର୍ବରୁ ସେ ସବୁ ଖବର କାଗଜ ଏବଂ ନ୍ୟୁଜ୍‌ ଚ୍ୟାନେଲରରେ ମୁଖ୍ୟ ଆକର୍ଷଣ ପାଲଟି ଯାଇଛନ୍ତି । ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ବିଭିନ୍ନ ଅଭିନେତା-ଅଭିନେତ୍ରୀମାନେ ନାନା ପ୍ରୟାସ କରୁଥିବା ବେଳେ ବିନା କାହା ସାହାଯ୍ୟରେ ସେ ଚର୍ଚ୍ଚାର ପରିସରକୁ ଆସି ପାରିଛନ୍ତି ।

AajTak

ତାଙ୍କର ପ୍ରଥମ ଫିଲ୍ମ ‘ଓରୁ ଅଦାର ଲଭ୍‌’ରେ ଥିବା ଗୋଟେ ଗୀତ ପାଇଁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଥିଲେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଉପରେ ଏହା କୌଣସି ପ୍ରଭାବ ପଡ଼ି ନାହିଁ । ଦିନକୁ ଦିନ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଇନ୍‌ଷ୍ଟାଗ୍ରାମରେ ସେ ଫେସ୍‌ବୁକ୍‌ର ସହ-ପ୍ରତିଷ୍ଠାତାଙ୍କୁ ମଧ୍ୟ ଟପି ଯାଇଛନ୍ତି । ମାର୍କ ଜୁକର୍‌ବର୍ଗଙ୍କର ୪ ମିଲିୟନ ଫଲୋୟର୍‌ ଥିବା ବେଳେ ପ୍ରିୟାଙ୍କର ୪.୫ ମିଲିୟନ ଫଲୋୟର୍‌ ହୋଇ ସାରିଛନ୍ତି । ତେବେ ଏହା ଦେଖିବାକୁ ବାକି ରହିଲା ଏହି ଷ୍ଟାରଡ଼ମ୍‌ ତାଙ୍କୁ ଏହି ଲାଇନ୍‌ରେ କେତେ ସଫଳ କରାଉଛି ।

ସମ୍ବନ୍ଧିତ ଖବର