ବିବାହ ପରେ ଫେରି ନାହାଁନ୍ତି ଏହି ଦୁଇ ଓଲିଉଡ଼୍‍ ନାୟିକା!

ଓଲିଉଡର ଜଣାଶୁଣା ନାୟିକା ପ୍ରିୟା ଏମିତି ଜଣେ ଅଭିନେତ୍ରୀ ଯିଏ କି ବିବାହ ପରେ ବଡ଼ ପରଦାକୁ ଫେରି ନାହାନ୍ତି। କେବଳ ପ୍ରିୟା ନୁହଁନ୍ତି ଆଉ କେତେକ ଓଡ଼ିଆ ନାୟିକା ବି ଅଛନ୍ତି,ଯେଉଁମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଫିଲ୍ମ ଲାଇନ୍‌ ରୁ ଦୂରେଇ ଯାଇଛନ୍ତି।
ଓଲିଉଡ଼୍‍ ର ଚୁଲବୁଲି ନାୟିକା ପ୍ରିୟା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଡ୍ରିମଗାର୍ଲ’ରୁ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଏହାପରେ ଅଭିମନ୍ୟୁ ,ଦିଲ୍‌ ତତେ ଦେଇଛି,ମେଘ ସବାରିରେ ଆସିବ ଫେରି ,ହିରୋ-ଏକ ପ୍ରେକ କଥା,ମିତ ବସିଛି ମୁଁ ଭୂତ ସାଥୀରେ,ଆଲୋ’ ମୋର କଣ୍ଢେଇ ଓ ରୁମ୍‌କୁ ଝୁମାନା,ଆଦି ଓଡ଼ିଆ ଛବିରେ ନାୟିକା ବନିଥିଲେ ପ୍ରିୟା। ହେଲେ ବିବାହ କରିବା ପରେ ତାଙ୍କୁ ଆଉ କୌଣସି ଓଡ଼ିଆ ସିନେମାର ସୁଟିଂ ସେଟରେ ଦେଖିବାକୁ ମିଳି ନାହିଁ।

ଠିକ୍‌ ସେହିପରି ଅଳ୍ପ ସମୟ ଭିତରେ ବେଶ୍‌ ଲୋକପ୍ରିୟ ହୋଇ ଉଠିଥିଲେ ଓଲିଉଡ଼୍‍ର ଆଉ ଜଣେ ନାୟିକା। ତାଙ୍କର ନାଆଁ ହେଲା ରାଲି ନନ୍ଦ। ସେ ‘କଳିଙ୍ଗ ପୁତ୍ର’ ଜରିଆରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ସେ ଆକାଶେ କି ରଙ୍ଗ ଲାଗିଲା,ସୁପରଷ୍ଟାର୍‌ – ଏ ଡ୍ରିମ୍‌ ଓ ମାଆ ଖୋଜେ ମମତା ଆଦି ବେଶ୍‌ କେତୋଟି ଓଡ଼ିଆ ଛବିରେ ନାୟିକା ଭୂମିକାରେ ଅଭିନୟ କରି ନ ଥିଲେ ବି ବଡ଼ ପରଦାକୁ ଫେରିନାହାନ୍ତି। ଏହି କାରଣରୁ ତାଙ୍କୁ ପ୍ରାୟ ତିନି ବର୍ଷ ହେବ କୌଣସି ଓଡ଼ିଆ ସିନେମାରେ ଦେଖିବକୁୁ ମିଳି ନାହିଁ।

ସମ୍ବନ୍ଧିତ ଖବର