ଅଭିନୟ ଛାଡ଼ିବାର ୧୩ଦିନ ପରେ ପୁଣି ଫେସ୍‌ବୁକ୍‌ରେ ଲେଖିଲେ ଜାଇରା; ଯେମିତି ଜୀବନ ଚାହୁଁଥିଲି ମିଳିଲା ନାହିଁ

ମୁମ୍ବାଇ : ଜୁନ୍‌ ୩୦ରେ ଅଭିନେତ୍ରୀ ଜାଇରା ଓ୍ଵସିମ ଫେସ୍‌ବୁକ୍‌ରେ ଏକ ଭାବବିହ୍ଵଳ କଲା ଭଳି ପୋଷ୍ଟ କରି ବଲିଉଡ୍‌ ଛାଡ଼ୁଥିବା କଥା କହିଥିଲେ । ତାଙ୍କର ବଲିଉଡ୍‌ ଛାଡ଼ିବା ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ବଲିଉଡ୍‌ କଳାକାର ଆଶ୍ଚର୍ଯ୍ୟ ହେବା ସହ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା । କିଛି ଜାଇରାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ କିଛି ତାଙ୍କୁ ବିରୋଧ କରୁଥିଲେ । ବଲିଉଡ୍‌ରେ କାମ କରିବା ପରଠାରୁ ସେ ଇସ୍‌ଲାମ ଧର୍ମଠାରୁ ଦୂରେଇ ଯାଉଥିବା କହି ବଲିଉଡ୍‌କୁ ସବୁଦିନ ପାଇଁ ଛାଡ଼ୁଥିବା ପୋଷ୍ଟ କରି ଜଣାଇଥିଲେ ।

ଏବେ ସେ ଆଉ ଏକ ପୋଷ୍ଟ କରି ନିଜର ମନ କଥା ଲେଖିଛନ୍ତି । ଇନ୍‌ଷ୍ଟାରେ ଏକ ଘର କାନ୍ଥର ଝାପ୍ସା ଫଟୋ ସେୟାର କରି, “ନିଜ ଭିତରର ନିଆଁକୁ ଲିଭିବାକୁ ଦିଅ ନାହିଁ । ଆପଣ ଯାହା ଚାହୁଁଥିଲେ, ଯଦି ତାହା ଆପଣଙ୍କୁ ମିଳି ନାହିଁ, ତେବେ ନିଜ ଆତ୍ମାର ନାୟକକୁ ଏକା ଛାଡ଼ ନାହିଁ । ଆପଣ ଯେଉଁ ଦୁନିଆ ଚାହୁଁଛନ୍ତି, ତାକୁ ନିଶ୍ଚୟ ଦିନେ ଜିତି ପାରିବେ” ବୋଲି ଲେଖିଛନ୍ତି ଜାଇରା ।

ସମ୍ବନ୍ଧିତ ଖବର