ଭାରତ ଫେରିବା ପୂର୍ବରୁ ଋଷି କପୁରଙ୍କ ଆଗାମୀ ଫିଲ୍ମକୁ ନେଇ ହେଲା ଖୁଲାସା, ୨୩ବର୍ଷ ପରେ ଜୁହିଙ୍କ ସହ କରିବେ କାମ

ମୁମ୍ବାଇ : କିଛି ଦିନ ତଳେ କର୍କଟ ରୋଗ ମୁକ୍ତ ହୋଇଥିବା ଋଷି କପୁର ଏବେ ଭାରତ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ସେପ୍ଟେମ୍ବର ୪ରେ ଋଷିଙ୍କ ୬୭ତମ ଜନ୍ମଦିନ ଥିବା ବେଳେ ସେ ଅଗଷ୍ଟ ଭିତରେ ଭାରତ ଫେରିବେ ବୋଲି ଚର୍ଚ୍ଚା ହେଉଛି । ଫେରିବା ଖବରକୁ ନେଇ, ହଁ ମୁଁ ଅଗଷ୍ଟ ଭିତରେ ଆସିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ସବୁ ଡ଼ାକ୍ତରଙ୍କ ଉପରେ ନିର୍ଭର କରେ । ମୁଁ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛି ବୋଲି କହିଥିଲେ ଋଷି । ଯାହା ପରେ ତାଙ୍କ ଫେରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏବେ ସେ ଫେରିବା ପରେ ଅଧାରେ ଅଟକିଥିବା ତାଙ୍କର ପାରିବାରିକ କମେଡି ଫିଲ୍ମର ସୁଟିଂ କରିବେ ବୋଲି ଜଣା ପଡ଼ିଛି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଅଭିନେତ୍ରୀ ଜୁହି ଚାଓ୍ଵଲା । ୨୩ବର୍ଷ ପରେ ଦୁହେଁ ସାଥୀରେ ନଜର ଆସିବେ ।

Pinkvilla

ସୂଚନା ମୁତାବକ, ଫିଲ୍ମର ସୁଟିଂ ୨୦୧୮ରେ ଆରମ୍ଭ ହୋଇଥିଲା । କିନ୍ତୁ ଋଷିଙ୍କ ଦେହ ଖରାପ ହେବାରୁ ଫିଲ୍ମକୁ ଅଧାରୁ ଅଟକାଇ ଦିଆଯାଇଥିଲା । ଏ ପର୍ଯ୍ୟନ୍ତ ଫିଲ୍ମର ଟାଇଟେଲ ସ୍ଥିର କରାଯାଇ ନଥିବା ବେଳେ ଏହା ଏକ କମେଡି ଫିଲ୍ମ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର