ବିବାଦ ପରେ ଫିଲ୍ମ ‘ଲଭରାତ୍ରୀ’ର ନାଁ ବଦଳା ଯାଇଥିଲେ ମଧ୍ୟ ନୂଆ ନାଁକୁ ନେଇ ପୁଣି ଅସନ୍ତୁଷ୍ଟ ହିନ୍ଦୁ ସଂଗଠନ, ଜାଣନ୍ତୁ କ’ଣ ରହିଛି ଫିଲ୍ମର ନୂଆ ନାଁ?

ମୁମ୍ବାଇ : ବଲିଉଡ୍‌ର ସୁଲତାନ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ଫିଲ୍ମ ‘ଲଭ୍‌ରାତ୍ରୀ’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିବା ପାଇଁ ଭାବିଥିବା ବେଳେ ରିଲିଜ୍‌ ପୂର୍ବରୁ ହିଁ ଏହି ଫିଲ୍ମକୁ ନେଇ ବିବାଦ ଦେଖା ଦେଇଛି । ପୂର୍ବରୁ ଫିଲ୍ମର ନାଁ ‘ଲଭ୍‌ରାତ୍ରୀ’ ରଖା ଯାଇଥିବାରୁ ଏହା ହିନ୍ଦୁ ଧର୍ମ ପ୍ରତି ଅସମ୍ମାନ ବୋଲି କହି ବିରୋଧ ପ୍ରଦର୍ଶନ କରିଥିଲା ହିନ୍ଦୁ ସଂଗଠନ । ଲଗାତାର ବିବାଦ ଏବଂ ସଲମାନଙ୍କ ବିରୋଧରେ ମାମଲା ଋଜୁ କରାଯିବାରୁ ବାଧ୍ୟ ହୋଇ ସଲମାନ ଏହାର ନାଁ ପରିବର୍ତ୍ତନ କରିଛନ୍ତି ।

NewsBoss

ଫିଲ୍ମର ନାଁ ‘ଲଭ୍‌ରାତ୍ରୀ’ରୁ ‘ଲଭ୍‌ଯାତ୍ରୀ’ କରାଯିବା ପରେ ମଧ୍ୟ ନୂଆ ନାଁକୁ ନେଇ ମଧ୍ୟ ପ୍ରତିବାଦ କରିଛି ହିନ୍ଦୁ ସଂଗଠନ । ଫିଲ୍ମରେ ଥିବା କିଛି ଦୃଶ୍ୟ ହିନ୍ଦୁମାନଙ୍କର ଭାବନାକୁ ଆହତ କରିବ ବୋଲି ଅଭିଯୋଗ କରିବା ସହ ଫିଲ୍ମର ନୂଆ ନାଁ ମଧ୍ୟ ଗ୍ରହଣୀୟ ନୁହଁ ବୋଲି କହିଛି ହିନ୍ଦୁ ସଂଗଠନ । ଏବେ ବି ଫିଲ୍ମର ନାଁ ହିନ୍ଦୁ ମାନଙ୍କର ପର୍ବ ‘ନବରାତ୍ରୀ’ ସହ ମେଳ ଖାଉଛି ବୋଲି ଏହି ନୂଆ ନାମକୁ ଗ୍ରହ କରାଯାଇ ନାହିଁ। ତେବେ ଫିଲ୍ମର ନିର୍ମାତା ବିବାଦକୁ ବନ୍ଦ କରିବା ପାଇଁ କେଉଁ ନାଁ ରଖୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର