ଓଡିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ହିଟ୍ ଯୋଡି ଅନୁଭବ ଓ ବର୍ଷା । ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଉଭୟ ଅନୁଭବ ଓ ବର୍ଷା ପରସ୍ପର ପ୍ରତି ତିକ୍ତତାପୂର୍ଣ୍ଣ ମେସେଜ୍ ଦେବା ପରେ ଆଜି ଉଭୟ ପରସ୍ପର ପ୍ରତି ବେଶ୍ ପ୍ରେମଭରା ବାର୍ତ୍ତା ଦେଇଛନ୍ତି । ବର୍ଷା ଲେଖିଛନ୍ତି, ସେ ତାଙ୍କ ଅନୁଭବଙ୍କୁ ଖୁବ୍ ଭଲପାଆନ୍ତି ଏବଂ କେହି ତାଙ୍କୁ ଅଲଗା କରିପାରିବେ ନାହିଁ । ସେପଟେ ଅନୁଭବ ଲେଖିଛନ୍ତି, ସେ ତାଙ୍କ ପତ୍ନୀ ବର୍ଷାଙ୍କୁ ଭଲପାଆନ୍ତି ଓ ସମ୍ମାନ ବି ଦିଅନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ବିବାହ ଏକ ପବିତ୍ର ବନ୍ଧନ ଯାହା କେବଳ ଦୁଇଜଣଙ୍କୁ ନୁହେଁ ଦୁଇଟି ପରିବାରକୁ ପରସ୍ପର ସହ ଯୋଡିଥାଏ । ମୋ ସ୍ୱାମୀଙ୍କସହ ସଂପର୍କକୁ ମୁଁ ସମ୍ମାନ ଦିଏ । ମୋ ସ୍ୱାମୀଙ୍କୁ ମୁଁ ଭଲପାଏ ଏବଂ କେବଳ ତାଙ୍କ ସହ ରହି ବୃଦ୍ଧା ହେବାକୁ ମୋର ଇଛା । ତାଙ୍କ ପାଇଁ ଜନ୍ମ ହୋଇଥିଲି ଏବଂ ତାଙ୍କୁ ଭଲ ପାଇବା ପାଇଁ । ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁଛି ତାଙ୍କର ସୁଖମୟ ଜୀବନ ପାଇଁ, ଆମ ବିବାହ ଉପରେ କାହାର ଖରାପ ନଜର ନପଡୁ । ଆପଣମାନେ ଆମପାଇଁ ଭଗବାନ । ଆମ ସାଙ୍ଗରେ ଯେଉଁ ପର୍ଯ୍ୟନ୍ତ ଆପଣମାନଙ୍କ ଭଲ ପାଇବା ଅଛି, ସେ ପର୍ଯ୍ୟନ୍ତ କେହିବି ଆମକୁ ଅଲଗା କରିପାରିବେ ନାହିଁ ।
ସେପଟେ ଅନୁଭବ କହିଲେ ମୁଁ ତୁମକୁ ଅନୁରୋଧ କରୁଛି କାହାକୁ କୌଣସି ପ୍ରକାର ଉତ୍ତରଦେବା ଦରକାର ନାହିଁ । ମୁଁ ଜାଣିଛି ତୁମେ ମୋତେ କେତେ ଭଲପାଆ ତମେ ଲେଖିଥିବା ସବୁ ଶଦ୍ଦ ମୋତେ ସ୍ପର୍ଶ କରିଛି ସବୁଥର ଭଳି । ଲୋକେ ଯାହା କହିବେ କୁହନ୍ତୁ ତୁମ ପ୍ରତି ମୋର ଭାବନା ଓ ସମ୍ମାନ କେବେ ବଦଳିବ ନାହିଁ । ପ୍ରଭୁ ଜଗନ୍ନାଥ ଆମକୁ ଆଶୀର୍ବାଦ କରନ୍ତୁ । ସବୁବେଳେ ତୁମକୁ ଭଲପାଏ ।