କରୋନା ପ୍ରଭାବ : ଘୁଞ୍ଚିଲା ‘ସୂର୍ଯ୍ୟବଂଶୀ’ ଓ ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ-୯’ର ରିଲିଜ୍

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ମଧ୍ୟ ସିନେମା ଜଗତରେ ପଡ଼ିଥିବାର ଦେଖିବାକୁ ମିଳିଛି। ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରର ସୁଟିଂ ସହ ରିଲିଜକୁ ମଧ୍ୟ ସ୍ଥଗିତ ରଖାଯାଉଛି। ପୂର୍ବରୁ ବଲିଉଡର ଅନେକ ଫିଲ୍ମର ସୁଟିଂ କରୋନା ସଂକ୍ରମଣ ଭୟରେ ସ୍ଥଗିତ ରଖାଯାଇଥିବା ବେଳେ ଏବେ  ୨୦୨୦ର ସବୁଠାରୁ ବଡ଼ ବଲିଉଡ ରିଲିଜ୍ ‘ସୂର୍ଯ୍ୟବଂଶୀ’ର ରିଲିଜକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ମାର୍ଚ୍ଚ ୨୭ରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ ମୁକ୍ତିଲାଭ କରିବାକୁ ଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। ସେହିଭଳି ଭାବରେ ହଲିଉଡ ଫିଲ୍ମ ‘ଫାଷ୍ଟ ଆଣ୍ଡ ଫୁରିୟସ୍ ୯’ ର ରିଲିଜକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପୂୂର୍ବରୁ ଫିଲ୍ମଟି ମେ’ ୨୨, ୨୦୨୦ରେ ରିଲିଜ୍ ହେବାକୁ ଥିବା ବେଳେ ଏବେ ଏହା ୨୦୨୧ରେ ମୁକ୍ତିଲାଭ କରିବ ବୋଲି ଜଣା ପଡ଼ିଛି।

Image result for sooryavanshi fast-and-furious-9
Navbharat Times

କରୋନା କାରଣରୁ କାନ୍ ଫିଲ୍ମ ଫେଷ୍ଟିଭାଲକୁ ମଧ୍ୟ ସ୍ଥଗିତ ରଖାଯିବ ବୋଲି ଆଶଙ୍କା କରାଯାଉଥିବାବେଳେ ଅନେକ ଚଳଚ୍ଚିତ୍ରର ସୁଟିଂ ମଧ୍ୟ ବାତିଲ କରାଯାଇଛି। ତେବେ କରୋନା ପ୍ରଭାବ ହେତୁ ଅନେକ ସିନେମା ହଲକୁ ବନ୍ଦ ରଖାଯାଇଥିବାରୁ ବ୍ୟବସାୟ ଉପରେ ପ୍ରଭାବ ପଡ଼ିବ ବୋଲି ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଉଛି। ବର୍ତ୍ତମାନ ରିଲିଜ୍ ‌ହୋଇଥିବା ଫିଲ୍ମ ଉପରେ କରୋନା ପ୍ରଭାବ ପଡ଼ିଥିବା ଦେଖାଯାଇଛି। ଫିଲ୍ମର କାହାଣୀ ଭଲ ଥାଇ ମଧ୍ୟ ସିନେମା ଘର ବନ୍ଦଥିବାରୁ ଲୋକେ ଫିଲ୍ମ ଦେଖିବାକୁ ଯାଇପାରୁ ନାହାନ୍ତି।

ସମ୍ବନ୍ଧିତ ଖବର