ଶ୍ରୀଦେବୀଙ୍କ ପରେ ଜାହ୍ନବୀଙ୍କର ମା’ପରି ଧ୍ୟାନ ରଖୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଶ୍ରୀଦେବୀଙ୍କ ପରଲୋକ ପରେ ତାଙ୍କ ବଡ଼ ଝିଅ ଜାହ୍ନବୀ ଭାଙ୍ଗି ପଡ଼ିଥିଲେ । କାରଣ ଜାହ୍ନବୀ ତାଙ୍କ ମା’ଙ୍କ ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ଜଡ଼ିତ ଥିଲେ। ଏଣୁ ଶ୍ରୀଦେବୀଙ୍କ ଆକସ୍ମିକ ବିୟୋଗ ଜାହ୍ନବୀଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା। ଏହି ସମୟରେ ଶ୍ରୀଦେବୀଙ୍କ ଭଳି ଜାହ୍ନବୀଙ୍କ ଧ୍ୟାନ ରଖିଥିଲେ ତାଙ୍କ ଅନସ୍କି୍ନ୍‌ ମା’ ଅଭିନେତ୍ରୀ ଶାଲିନୀ କପୁର ।

Firstpost Hindi

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ଝିଅ ଏବଂ ସ୍ୱାମୀ ବୋନି କପୁରଙ୍କ ଜୀବନ ଯେପରି ଏପଟସେପଟ ହୋଇଯାଇଥିଲା । ବହୁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରୀଦେବୀଙ୍କର ଅଭାବ ପୂରା କରିପାରି ନ ଥିଲେ ପିତା ବୋନି କପୁର । ଏହି ସମୟରେ ଦୁଇ ଭଉଣୀ ଜାହ୍ନବୀ ଏବଂ ଖୁସିଙ୍କର ବହୁତ ଧ୍ୟାନ ରଖିଥିଲେ ଅଭିନେତ୍ରୀ ଶାଲିନୀ କପୁର । ପ୍ରକୃତରେ ଶାଲିନୀ ବର୍ତ୍ତମାନ ଜାହ୍ନବୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଧଡ଼କ’ରେ ତାଙ୍କର ମା’ ଭୂମିକାରେ ତୁଲାଇଛନ୍ତି । ଯେଉଁ ସମୟରେ ଜାହ୍ନବୀ ତାଙ୍କ ମା’ ଶ୍ରୀଦେବୀଙ୍କ ନିଧନ ବିଷୟରେ ଶୁଣିଥିଲେ ସେତେବେଳେ ସେ ‘ଧଡ଼କ’ର ସୁଟିଂ ସେଟରେ ଥିଲେ । ଏହି ସମୟରୁ ହିଁ ଶାଲିନୀ ଜାହ୍ନବୀଙ୍କୁ ସମ୍ଭାଳିଥିଲେ । ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବାସ୍ତବରେ ଜଣେ ମା’ ଏବଂ ଝିଅଙ୍କ ସଂପର୍କ ଗଢ଼ି ଉଠିଛି। ଜାହ୍ନବୀ ସୁଟିଂରୁ କିଛି ସମୟ ବିରତି ପାଇଲେ ଶାଲିନୀଙ୍କ ସହିତ ବସି ତାଙ୍କ ମା’ ଏବଂ ତାଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଆଲୋଚନା କରିଥାନ୍ତି ।

ସମ୍ବନ୍ଧିତ ଖବର