ଜଣେ ବଲିଉଡ ନାୟିକାଙ୍କୁ ଭଲ ଫସଲ ହେବାର ଶ୍ରେୟ ଦେଲେ କୃଷକ ! ଜାଣନ୍ତୁ ସେ ନାୟିକା କିଏ ଏବଂ ଘଟଣାଟି କ’ଣ

ହାଇଦ୍ରାବାଦ : କିଛି ଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ତାହା ହେଲା ଯେ ଜଣେ କୃଷକ ଦାବି କରିଥିିଲେ ଯେ ସେ ନିଜ ଖେତରେ ପର୍ଣ୍ଣଷ୍ଟାର୍‌ରୁ ବଲିଉଡ ଅଭିନେତ୍ରୀ ବନିଥିବା ସନ୍ନି ଲିଓନଙ୍କ କଟ୍‌ ଆଉଟ୍‌ ଲଗାଇଥିଲେ। ଆନ୍ଧ୍ରପ୍ରଦେଶର ନେଲୁର୍‌ ଜିଲ୍ଲାର ଜଣେ କୃଷକ ଏଭଳି କହିଥିଲେ। ଏହାପରେ ତାଙ୍କର ଭଲଅମଳ ହେଉଛି।
ଏବେ ତେଲଙ୍ଗାନାରେ ଆଉ ଜଣେ କୃଷକ ବି ସେଭଳି କାମ କରିଛନ୍ତି। ହେଲେ ସେ ସନ୍ନି ଲିଓନଙ୍କରକଟ୍‌ ଆଉଟ୍‌ ଲଗାଇନାହାନ୍ତି। ଏହି କୃଷକ ଜଣକ ସାଉଥ୍‌ ତଥା ବଲିଉଡର ଟପ୍‌ ନାୟିକା କାଜଲ ଅଗ୍ରଓ୍ଵାଲଙ୍କର କଟ୍‌ ଆଉଟ୍‌ ଲଗାଇଛନ୍ତି।

ନେଲୁରୁ ଯେଉଁ କୃଷକ ଖେତରେ ସନ୍ନି ଲିଓନଙ୍କର କଟ୍‌ଆଉଟ୍‌ ଲଗାଇଥିଲେ, ତାଙ୍କର ଖବ୍‌ ଭଲ ଫସଲ ଅମଳ ହୋଇଥିବା ଜାଣିବାପରେ ତେଲେଙ୍ଗାନାର ୩୦ ବର୍ଷୀୟ କୃଷକ ଅନବର ବି ସେହି ଉପାୟ ଆପଣାଇଲେ । ସେ ନିଜର ଦୁଇ ଏକର ଜମିରେ ପନିପରିବା ଚାଷ କରନ୍ତି। ସେଥିରୁ ଭଲ ଅମଳ ହୁଏ ନାହିଁ। ସେ ନେଲୁରର କୃଷକଙ୍କଦ୍ୱାରା ପ୍ରଭାବିତ ହୋଇ ନିଜର ଖେତରେ ପ୍ରିୟ ନାୟିକା କାଜଲ ଅଗ୍ରଓ୍ଵାଲଙ୍କର କଟ୍‌ଆଉଟ୍‌ ଲଗାଇଥିଲେ।
ଅନବର କହିଛନ୍ତି ଯେ କାଜଲ ଅଗ୍ରଓ୍ଵାଲଙ୍କର କଟ୍‌ ଆଉଟ୍‌ ଲଗାଇବା ପରେ ତାଙ୍କର ଭଲ ପନିପରିବା ଅମଳ ହେଉଛି। ଆଗରୁ ଫସଲ ଶୁଖିଯାଉଥିଲା ଓ ତାଙ୍କୁ ବହୁତ କ୍ଷତି ସହିବାକୁ ପଡୁଥିଲା ବୋଲି ସେ କହିଛନ୍ତି। କିନ୍ତୁ ଏବେ ଅବସ୍ଥା ସୁଧୁରିଛି।


ଅନବର ତେଲଙ୍ଗନାର ସାଂଗାରେଡି ଜିଳ୍ଲାର କୋଣ୍ଡାରେଡି ବ୍ଲାକର ଗୋଲ୍ଲାପାଲି ଗ୍ରାମରେ ବାସ କରନ୍ତି। ସେ ଭଲ ଚାଷ ହେବାର ଶ୍ରେୟ ନିଜର ପ୍ରିୟ ନାୟିକା କାଜଲ ଅଗ୍ରଓ୍ଵାଲଙ୍କୁ ଦେଉଛନ୍ତି।

ସମ୍ବନ୍ଧିତ ଖବର