ମୁମ୍ବାଇ: ଉରୀରେ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବା ପରେ ବଲିଉଡ୍ ଏହି କାହାଣୀକୁ ନେଇ ଫିଲ୍ମ ତିଆରି କରିଥିଲା । ଫିଲ୍ମର ନାଁ ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ୍ ରଖାଯାଇଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ସଫଳ ହୋଇଥିଲା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ବିକି କୌଶଲ ନଜର ଆସିଥିବା ବେଳେ ଗତ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ହୋଇଥିବା ଆକ୍ରମଣକୁ ନେଇ ବଲିଉଡ୍ ପୁଣି ଫିଲ୍ମ ତିଆରି କରିବାକୁ ଯାଉଥିବା ଜଣା ପଡ଼ିଛି । ପୂର୍ବରୁ ଏ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ପୁଲଓ୍ଵାମା ଆକ୍ରମଣକୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମରେ ଅଭିନେତା ଇଶାନ୍ ଖଟ୍ଟର ନଜର ଆସି ପାରନ୍ତି ବୋଲି ସୂଚନା ମିଳିଛି ।
/sambad/media/post_attachments/wp-content/uploads/2019/03/pulwama_attack_1552809379_725x725-300x168.jpg)
ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମର ନିର୍ଦ୍ଦେଶନା ଅଭିଷେକ କପୁର ଦେବା ସହ ଏଥିରେ ପୁଲଓ୍ଵାମା ଆକ୍ରମଣ ସହିତ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାରଷ୍ଟ୍ରାଇକ୍ର ଦୃଶ୍ୟ ରଖାଯିବା ବୋଲି ସୂଚନା ମିଳିଛି । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ସଂଜୟ ଲୀଲା ଭଂସାଲୀଙ୍କ ସମେତ ଅଭିଷେକ କପୁର ଏବଂ ତାଙ୍କ ପତ୍ନୀ ପ୍ରଜ୍ଞା କପୁର ରହିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ଖବରରେ ସତ୍ୟତା କେତେ ରହିଛି, ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ ।