ବିବାହ ତାରିଖ ଘୋଷଣା କରିବା ପରେ ଦୀପିକାଙ୍କୁ ଡାକି ଏହି ଉପଦେଶ ଦେଇଥିଲେ ଶାହରୁଖ୍‌

ମୁମ୍ବାଇ : ନଭେମ୍ବର ୧୪-୧୫ରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ବଲିଉଡ୍‌ର ବାଜିରାଓ ମସ୍ତାନି ରଣବୀର ସିଂହ ଏବଂ ଦୀପିକା ପାଦୁକୋନ । ଇଟାଲିରେ ଥିବା କୋମୋ ହ୍ରଦ ପାଖରେ ଦୁହିଁଙ୍କ ବିବାହର ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଦୁହିଁଙ୍କ ପ୍ରଶଂସକମାନଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି । ତେବେ ଏ ମଧ୍ୟରେ ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଦୀପିକାଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ଫିଲ୍ମ ‘ଜିରୋ’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସେ ଦୀପିକାଙ୍କୁ ନେଇ ଏକ କଥା କହିଥିଲେ ।

India Today

ତାଙ୍କ କହିବା ଅନୁଯାୟୀ, ବିବାହର ଅଧିକାରୀକ ଘୋଷଣା କରିବା ପରେ ମୁଁ ଦୀପିକାଙ୍କୁ ଡ଼ାକି ତାଙ୍କୁ ଖୁସି କରିବା ପାଇଁ କହିଥିଲି ଯେମିତି ମୋ ବିବାହକୁ ୨୭ବର୍ଷ ପୂରି ଯାଇଥିଲେ ମଧ୍ୟ ମୁଁ ଖୁସି ଅଛି ,ସେ ମଧ୍ୟ ସେପରି ଖୁସି ରହନ୍ତୁ।

ସମ୍ବନ୍ଧିତ ଖବର