ଇଣ୍ଟରନେଟ ପରେ ଏବେ ଟେଲିଭିଜନରେ ଆଖି ନଚାଇଲେ ପ୍ରିୟା ପ୍ରକାଶ

ନୂଆଦିଲ୍ଲୀ : ରାତାରାତି ଇଣ୍ଟରନେଟରେ ଚହଳ ପକାଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର ବର୍ତ୍ତମାନ ଟେଲିଭିଜନ ଦୁନିଆରେ ପାଦ ରଖିଛନ୍ତି । ଗତ କାଲି ପ୍ରିୟଙ୍କାର ଏକ ବିଜ୍ଞାପନ ଟେଲିଭିଜନରେ ରିଲିଜ ହୋଇଛି । ଏଥିରେ ସେ ଚକେଲେଟ ଖାଇ ଏକ ସଂଳାପ କହୁଛନ୍ତି- ଫ୍ରି କା ଆଟିଟ୍ୟୁଡ଼ ଦିଖାନା ହୈ। ତେବେ ଏହି ସଂଳାପ କହିବା ସହ ତାଙ୍କୁ ପୁରୁଣା ଆଖିମରା ଅନ୍ଦାଜରେ ଦେଖିବାକୁ ମିଳୁଛି।

 ପୂର୍ବରୁ ନିଜର ୨୮ ସେକେଣ୍ଡର ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ପ୍ରିୟାଙ୍କର ଏହି ବିଜ୍ଞାପନ ୬ଟି ଭାଷାରେ ରିଲିଜ ହୋଇଛି। ଦିନ କେଇଟାରେ ଦେଶର ପ୍ରି୍ରୟ ପାଲଟିଥିବା ପ୍ରିୟାଙ୍କ ଏହି ବିଜ୍ଞାପନଟି ସେତେ ମାତ୍ରାରେ ଭାଇରାଲ ନ ହେଲେ ମଧ୍ୟ ଏହାକୁ ଦର୍ଶକ ବହୁତ ମାତ୍ରାରେ ଭଲପାଇବା ଦେବେ ବୋଲି ଆଶା କରାଯାଉଛି।
ପୂର୍ବ ଭିଡ଼ିଓରେ ପ୍ରେମର ଛଟାରେ ଆଖି ମାରୁଥିବା ପ୍ରି୍ର୍ରୟା ବର୍ତ୍ତମାନର ବିଜ୍ଞାପନରେ ଆଟିଟ୍ୟୁଡ଼ ସହ ଆଖି ମାରୁଥିବାର ଦେଖାଯାଇଛନ୍ତି । ପ୍ରିୟାଙ୍କ ପ୍ରାୟ ସମସ୍ତ ଭିଡ଼ିଓ ଏବଂ ଫଟୋ ଭାଇରାଲ ହେଉଥିବା ବେଳେ ଏହି ବିଜ୍ଞାପନଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ପ୍ରିୟାଙ୍କ ପ୍ରଥମ ମଲାୟଲମ ଚଳଚ୍ଚିତ୍ର ଓରୁ ଓଦାର ଲଭ ଚଳିତ ବର୍ଷ ଇଦ୍‌ରେ ରିଲିଜ ହେବାକୁ ଥିବା ବେଳେ ଏହାର ପ୍ରଥମ ଗୀତର ଭିଡିଓ ଚର୍ଚ୍ଚାର ବିଷୟ ପାଲିଟିଛି।

ସମ୍ବନ୍ଧିତ ଖବର