ପୁଣି ପରଦାକୁ ଆସିବେ ଓଲିଉଡର ଏହି ଲୋକପ୍ରିୟ ଯୋଡି

ଭୁବନେଶ୍ୱର: ଓଲିଉଡରେ୍‌ ବେଳେବେଳେ ପ୍ରଯୋଜକ , ନିର୍ଦ୍ଦେଶକମାନେ ଅନସ୍କ୍ରିନ୍‌ ଯୋଡ଼ିମାନଙ୍କୁ ରିପିଟ୍‌ କରିଥାନ୍ତି। ଓଲିଉଡରେ ଆଗରୁ ବେଶ୍‌ କେତୋଟି ଅନ୍‌ସ୍କ୍ରିନ୍‌ ପେଆର୍‌ ଚର୍ଚ୍ଚିତ ହୋଇଛନ୍ତି । ଏଥିମଧ୍ୟରେ ଜ୍ୟୋତି-ଝିଲିକଙ୍କ ଯୋଡ଼ି ଅନ୍ୟତମ।
ଜ୍ୟୋତି-ଝିଲିକଙ୍କ ଯୋଡ଼ିକୁ ଦର୍ଶକ ସର୍ବ ପ୍ରଥମେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ତୁ ମୋ’ ହିରୋ’ ସିନେମାରେ ଦେଖିବାକୁ ପାଇଥିଲେ । ଏହି ଯୋଡିର ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରି ଖୁବ୍‌ ଭଲ ଥିଲା । ତା’ପରେ ପୁଣି ଏହି ଯୋଡ଼ି ନଜର ଆସିଥିଲେ କୈଳାସ ମହାପାତ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ ଓଲେ ଓଲେ ଦିଲ୍‌ ବୋଲେ’ରେ ।


ଏବେ ଯେଉଁ ସିନେମାରେ ଦର୍ଶକ ତୃତୀୟ ଥର ପାଇଁ ଜ୍ୟୋତି-ଝିଲିକ ଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ, ତା’ର ଟାଇଟଲ୍‌ ରହିଛି ‘ ପ୍ୟାର୍‌ ଅଲଗା ପ୍ରକାର’ । ଏହି ଯୋଡିର ପୂର୍ବ ଦୁଇଟି ଫିଲ୍ମ ଭଳି ଏହା ମଧ୍ୟ ଏକ ରୋମାଣ୍ଟିକ୍‌ ସିନେମା । ଏହି ଫିଲ୍ମ ଜରିଆରେ ଓଲିଉଡରେ ହାଟ୍ରିକ୍‌ କରବାକୁ ଯାଉଛନ୍ତି ଜ୍ୟୋତି-ଝିଲିକ୍‌ ଙ୍କ ଯୋଡ଼ି । ବିବେସିତା ଘଡାଇଙ୍କ ପ୍ରଯୋଜନାରେ ନିର୍ମିତ ‘ ପ୍ୟାର୍‌ ଅଲଗା ପ୍ରକାର’ ର ନିର୍ଦ୍ଦେଶନା ଦେଉଛନ୍ତି ହିରୋ ଚୌଧୁରୀ । ଏହାର ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ । ଅମରେନ୍ଦ୍ର ମହାନ୍ତି ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଜ୍ୟୋତି-ଝିଲିକଙ୍କ ଯୋଡ଼ି ବ୍ୟତୀତ ବିଜୟ ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ଜୀବନ ପଣ୍ଡା ଓ ପ୍ରଜ୍ଞା ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତେବେ ଦେଖିବା କଥା ଏହି ଯୋଡ଼ିକୁ ଦର୍ଶକ କେତେ ଦୂର ଗ୍ରହଣ କରୁଛନ୍ତି ?

ସମ୍ବନ୍ଧିତ ଖବର