ଅର୍ଚ୍ଚିତାଙ୍କ ପରେ ପୁଣି ଏହି ନାୟିକାଙ୍କ ସହ ନଜର ଆସିବେ ସୋବର ବୟ ସବ୍ୟସାଚୀ

ଭୁବନେଶ୍ୱର: ନିକଟରେ ସୋବର ବୟ ସବ୍ୟସାଚୀଙ୍କୁ ଅର୍ଚ୍ଚିତାଙ୍କ ବିପକ୍ଷରେ ‘ଅଭିମାନ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ। ହେଲେ ଏହାପରେ ସବ୍ୟସାଚୀଙ୍କ ସହ ନଜର ଆସିବେ ତାଙ୍କର ଆଉ ଜଣେ ପ୍ରିୟ ଯୋଡ଼ିଦାର। ଏହି ଯୋଡ଼ି ହେଲେ ସବ୍ୟସାଚୀ-ଏଲିନା।
ହଁ, ପୁଣି ଏକ ବିଗ୍‌ ବ୍ୟାନର ସିନେମାରେ କାମ କରୁଛନ୍ତି ସବ୍ୟସାଚୀ-ଏଲିନା। ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରଥମ ସିନେମା ‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଏଲିନା।

ଆଗରୁ ଏହି ଯୋଡିକୁ ଦର୍ଶକ ଗତ ବର୍ଷ ଦୁଇଟି ସିନେମାରେ ଦେଖିବାକୁ ମିଳିଥିଲା। ଏହି ସିନେମା ହେଲା ‘ଟୋକାଟା ଫସିଗଲା ଏବଂ ଫୋର ଇଡିଅଟସ୍‌’।‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥର ଲାଗି ଏକାଠି ଆସୁଛନ୍ତି ସବ୍ୟ-ଏଲିନା। ଏହା ରିଲିଜ୍‌ ହେଲେ ହାଟ୍ରିକ୍‌ କରିବେ ଏହି ଯୋଡି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍‌। ଇତିମଧ୍ୟରେ ସିନେମାର ସୁଟିଂ ଶେଷ ହୋଇଛି। ଏହା ଖୁବ୍‌ ଶୀଘ୍ର ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର