ପୁନଃ ପ୍ରସାରଣ ପରେ ବିଶ୍ୱ ରେକର୍ଡ କଲା ରାମାୟଣ, ପାଲଟିଲା ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ସୋ’

ନୂଆଦିଲ୍ଲୀ: ମୁକ୍ତିଲାଭ କରିବାର ୩୩ବର୍ଷ ପରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଏବେ ମଧ୍ୟ ଭାରତୀୟ ଟେଲିଭିଜନ ପରଦାରେ ରାଜ କରୁଛି। ‘ଦୂରଦର୍ଶନ ଇଣ୍ଡିଆ’ ସେୟାର କରିଥିବା ଏକ ଟୁଇଟରେ ଦର୍ଶାଯାଇଛି ଯେ, ଲକଡାଉନ ହେବା ପରେ ‘ରାମାୟଣ’ର ପୁନଃ ପ୍ରସାରଣ କରାଯାଇଥିଲା | ବର୍ତ୍ତମାନ ପୁନଃ ପ୍ରସାରଣ ହେବା ପରଠାରୁ ‘ରାମାୟଣ’ ଦୁନିଆର ସବୁଠୁ ଅଧିକ ଦେଖାଯାଇଥିବା ମନୋରଞ୍ଜନ ସୋ’ରେ ପରିଣତ ହୋଇଛି। ଟୁଇଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଏହି ସୋ’କୁ ଏପ୍ରିଲ ୧୬ରେ ୭.୭ କୋଟି ଦର୍ଶକ ଦେଖିଛନ୍ତି। ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ ସାରା ବିଶ୍ୱରେ ଦର୍ଶକଙ୍କ ରେକର୍ଡକୁ ଭାଙ୍ଗି ଦେଇଛି, ଏହି ସୋ’ ଏପ୍ରିଲ ୧୬ରେ ୭.୭ କୋଟି ଦର୍ଶକଙ୍କ ସହ ଦୁନିଆରେ ସର୍ବାଧିକ ଦେଖାଯାଇଥିବା ମନୋରଞ୍ଜନ ସୋ’ ପାଲଟିଛି।

ଲକଡାଉନ ପାଇଁ ସବୁ ଫିଲ୍ମ ଓ ଧାରାବାହିକର ସୁଟିଂ ବନ୍ଦ ହୋଇଯାଇଥିବାରୁ ମାର୍ଚ୍ଚରେ ‘ରାମାୟଣ’ ଓ ‘ମହାଭାରତ’ର ପୁନଃ ପ୍ରସାରଣ ହୋଇଥିଲା| ଦିନକୁ ଦୁଇଥର ପ୍ରସାରିତ ହେଉଥିବା ଏହି ସୋ ଏବେ ବିଶ୍ବ ରେକର୍ଡ ଭାଙ୍ଗିଛି | ରାମାନନ୍ଦ ସାଗରଙ୍କ ଦ୍ୱାରା ଲିଖିତ, ନିର୍ମିତ ଏବଂ ନିର୍ଦ୍ଦେଶିତ ରାମାୟଣ, ପ୍ରଥମେ ୧୯୮୭ରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ଏବଂ ଏହି ସୋ’ ବର୍ଷ ବର୍ଷ ଧରି ଦର୍ଶକଙ୍କ ପ୍ରିୟ ହୋଇ  ରହିଥିଲା | ୨୦୨୦ରେ ଏହାକୁ ପ୍ରସାରିତ ହେବାରେ ୩୩ବର୍ଷ ପୂରିଥିଲା। ଏହି ସୋ’’ରେ ଯଥାକ୍ରମେ ପ୍ରଭୁ ରାମ, ସୀତା ଏବଂ ଲକ୍ଷ୍ମଣ ଭାବରେ ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଟୋପିୱାଲା ଏବଂ ସୁନୀଲ ଲାହରି ଅଭିନୟ କରିଥିଲେ। ଏହି ସୋ’ରେ ଲଳିତା ପାୱାର ମନ୍ଥରା, ଦାରା ସିଂ ହନୁମାନ ଏବଂ ଅରବିନ୍ଦ ତ୍ରିବେଦୀ ରାବଣ ଚରିତ୍ରରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର