ପ୍ରଥମ ଥରଲାଗି ଏଭଳି ଭୂମିକା କରିବେ ଐଶ୍ୱର୍ଯ୍ୟା

 

ମୁମ୍ବାଇ: ଏବେ ଚର୍ଚ୍ଚା ହେଉଛିଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ନାମକରଣ ହୋଇନଥିବା ସିନେମାରେ ବରୁଣା ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି ।ଏହା ଏକ ସୁପର ହିଟ୍‌ ଫିଲ୍ମ ‘ ରାତ୍‌ ଔର୍‌ ଦିନ୍‌’ର ରିମେକ୍‌ ହେବ ବୋଲି କୁହାଯାଇଛି । ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶନା ଦେବେ ଏବଂ ଏହାର ସୁଟିଂ ୨୦୧୯ ମାର୍ଚ୍ଚ ବା ଏପ୍ରିଲ୍‌ ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି ।
ସବୁଠୁଁ ବଡ଼ କଥା ହେଲା ଯେ ଏହି ସିନେମାରେ ପ୍ରଥମ ଥର ପାଇଁ ଐଶ୍ୱର୍ଯ୍ୟା ଦ୍ୱୈତ ଭୂମିକାରେ ନଜର ଆସିବେ । ଶ୍ରୀଦେବୀଙ୍କ ଠୁଁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପାଇଁ ଅଭିନେତ୍ରୀ ଡବଲ ରୋଲ କରିବାରେ ସୁଯୋଗ ପାଇଛନ୍ତି । ହେଲେ ଐଶ୍ୱର୍ଯ୍ୟାଙ୍କ କ୍ଷେତ୍ରରେ ତାହା ଘଟି ନ ଥିଲା । ଏହି ସିନେମାରେ ଡବଲ ରୋଲ କରିବାର ସୁଯୋଗ ପାଇଥିବାରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ ଖୁସି ଥିବା କୁହାଯାଉଛି।

ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ଏହି ଭୂମିକା ଲାଗି ପ୍ରଥମେ ମାଧୁରୀ ଦୀକ୍ଷିତଙ୍କୁ ଅଫର୍‌ ଦିଆ ଯାଇଥିଲା, ମାତ୍ର ସେ ପ୍ରତ୍ୟାଖ୍ୟାନ କରିବା ପରେ ତାହା ଐଶ୍ୱର୍ଯ୍ୟାଙ୍କୁ ମିଳିଛି । ତେବେ ଏହି ଅନ ଟାଇଟଲଡ ସିନେମାରେ କିଏ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିପକ୍ଷରେ ନାୟକ ହେବେ ତାହା ଏଯାବତ୍‌ ଜଣା ପଡ଼ିନାହିଁ। ଏଥିରେ ଜଣେ ନାମୀ ନାୟକଙ୍କୁ ନିଆଯିବାର ଯୋଜନା ରହିଛି ବୋଲି କହିଛନ୍ତି ସିଦ୍ଧାର୍ଥ ଆନନ୍ଦ । ତେବେ ସେ ପ୍ରଥମ ଥର ଲାଗି ଐଶ୍ୱର୍ଯ୍ୟାଙ୍କୁ ନିର୍ଦ୍ଦେଶନା ଦେବାକୁ ଯାଉଥିବାରୁ ଖୁବ୍‌ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର