ଅବିକଳ ଐଶ୍ୱର୍ଯ୍ୟାଙ୍କ ପରି ଦିଶୁଛନ୍ତି ଏହି ମଡେଲ୍‌

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ପରି ଅବିକଳ ଚେହେରାଧାରୀ ଏହି ମଡେଲ୍‌ ଜଣକ ଏବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ଏହି ପାର୍ସିଆନ୍‌ ମଡେଲ୍‌ ୧୯୯୪ ମସିହାର ବିଶ୍ୱ ସୁନ୍ଦରୀଙ୍କ ଏସ୍‌ଙ୍କ ପରି ଦିଶୁଥିବାରୁ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ତାଙ୍କ ନାମ ମହାଲଗା ଜାବେରି। ସେ ତାଙ୍କ ସୌନ୍ଦର୍ଯ୍ୟ ଏବଂ ପର୍‌ଫେକ୍ଟ ପିଗର୍‌ ପାଇଁ ବେଶ୍‌ ପରିଚିତ। ସେ କାର୍ଲିଫର୍ଣ୍ଣିଆର ଝିଅ। ନିଜ ସଂପର୍କରେ ମହାଲଗା କହନ୍ତି, ‘ମହାଲଗା ମୋ ଡାକ ନାମ। ମୁଁ ଫରାସୀ ଭାଷାରେ କଥା ହୁଏ। ସଚ୍ଚେଟତାର ସହ କରୁଥିବା କାର୍ଯ୍ୟ ମୋତେ ଖୁସି କରାଏ। ଯାହା ମୋତେ ଦୁଃଖି କରାଏ ମୁଁ ତାକୁ କରେ ନାହିଁ। ମୁଁ ଯୁବ ଏବଂ ମୁଁ ବିଶ୍ୱାସ କରେ ଯେ ମନୋରଞ୍ଜନଟା କେବେ ବି ପ୍ରେମ ନୁହେଁ।

ସମ୍ବନ୍ଧିତ ଖବର