ଯଦି ଶାହାରୁଖ୍ ଏପରି କରି ନଥାନ୍ତେ ତେବେ ପ୍ରୀତି ଜିଣ୍ଟାଙ୍କ ସ୍ଥାନରେ ବୀରଙ୍କ ଜାରା ହୋଇଥାନ୍ତେ ଐଶ୍ୱର୍ଯ୍ୟା
ମୁମ୍ବାଇ : ନଭେମ୍ବର ୧୨,୨୦୦୪ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ବୀର ଜାରା’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବଲିଉଡ୍ର ବାଦ୍ଶାହା ଶାହାରୁଖ୍ ଖାନ୍ ଏବଂ ଡ଼ିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା । ଫିଲ୍ମଟି ଦର୍ଶକଙ୍କୁ ଯେତିକି ପସନ୍ଦ ଆସିଥିଲା ଫିଲ୍ମରେ ଥିବା ଗୀତ ବି ସେତିକି ମନଛୁଆଁ ହୋଇଥିଲା । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ପ୍ରଥମେ ପ୍ରୀତି ଜିଣ୍ଟା ନୁହନ୍ତି ଐଶ୍ୱର୍ଯ୍ୟାଙ୍କୁ ଜାରା ଭୂମିକା କରିବା ପାଇଁ ଅଫର କରାଯାଇଥିଲା । ୟଶ ଚୋପ୍ରା ପ୍ରଥମେ ଐଶ୍ୱର୍ଯ୍ୟାଙ୍କୁ ନେବା ପାଇଁ ମନସ୍ଥ କରିଥିବା ବେଳେ ଶାହାରୁଖ୍ଙ୍କ ପାଇଁ ସେ ନିଜର ନିଷ୍ପତ୍ତି ବଦଳାଇଥିଲେ ।

ସୂଚନା ମୁତାବକ, ସେ ସମୟରେ ଐଶ୍ୱର୍ଯ୍ୟା ଏବଂ ସଲମାନଙ୍କ ସଂପର୍କ ଭାଙ୍ଗିଥିବାରୁ ଐଶ୍ୱର୍ଯ୍ୟା ଏବଂ ସଲମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିଥିଲେ ଶାହାରୁଖ୍ । ସେ ନିଜ ବନ୍ଧୁ ସଲମାନଙ୍କୁ ବାଛିବାରୁ ଐଶ୍ୱର୍ଯ୍ୟାଙ୍କ ହାତରୁ ଏହି ଫିଲ୍ମଟି ଚାଲି ଯାଇଥିଲା । କେବଳ ‘ବୀର ଜାରା’ ନୁହେଁ ସଲମାନ କହିବାରୁ ଅନ୍ୟ ୭ଟି ଫିଲ୍ମରୁ ଐଶ୍ୱର୍ଯ୍ୟାଙ୍କୁ ହଟାଇ ଦିଆ ଯାଇଥିବା କହିଥିଲେ ଐଶ୍ୱର୍ଯ୍ୟା ।