ନିରାଡମ୍ବର ଭାବେ ଜନ୍ମଦିନ କାଟିଲେ ବିଶ୍ୱ ସୁନ୍ଦରୀ

ମୁମ୍ବାଇ: ବଲିଉଡ ଜଗତର ପ୍ରସିଦ୍ଧ ନାୟିକା ତଥା ନୀଳନୟନା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ନିଜର ୪୪ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଜନ୍ମ ୧ ନଭେମ୍ବର୧୯୭୩ରେ କର୍ଣ୍ଣାଟକର ମେଙ୍ଗାଲୁର ସହରରେ ହୋଇଥିଲା। ଐଶ୍ୱର୍ଯ୍ୟାଙ୍କ ବାପା କୃଷ୍ଣରାଜ ରାୟଙ୍କର ଚଳିତ ବର୍ଷ ମୃତ୍ୟୁ ହୋଇଥିବା କାରଣରୁ ଐଶ୍ୱର୍ଯ୍ୟା ଏବର୍ଷ ଜନ୍ମ ଦିବସକୁ ଆଡମ୍ବରରେ ପାଳନ କରୁନାହାନ୍ତି। ତେବେ ଏହି ସୁନ୍ଦରୀ ନାୟିକାଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ତାଙ୍କ ରିଲରୁ ରିୟଲ ଲାଇଫ ସଂପର୍କରେ କିଛି କଥା।

ଐଶ୍ୱର୍ଯ୍ୟା ରାୟଙ୍କ ଜନ୍ମ ୧ନଭେମ୍ବର୧୯୭୩ରେ କର୍ଣ୍ଣାଟକର ମେଙ୍ଗଲୁର ସହରରେ ହୋଇଥିଲା ଏବଂ ଆନ୍ଧ୍ରପ୍ରଦେଶସ୍ଥିତ ହାଇଦ୍ରାବାଦରେ ଐଶ୍ୱର୍ଯ୍ୟାଙ୍କ ପ୍ରାଥମିକ ଶିକ୍ଷା ହୋଇଥିଲା। ଏହାପରେ ତାଙ୍କ ପରିବାର ମୁମ୍ବାଇ ସିଫ୍‌ଟ ହୋଇଯାଇଥିଲା।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଐଶ୍ୱର୍ଯ୍ୟା ମୁମ୍ବାଇରେ ଶାନ୍ତା-କ୍ରୁଜସ୍ଥିତ ଆର୍ଯ୍ୟ ବିଦ୍ୟା ମନ୍ଦିର ଏବଂ ପରେ ଡିଜି ରୂପାରେଲ କଲେଜ, ପାଟୁଙ୍ଗାରେ ଅଧ୍ୟୟନ କରିଥିଲେ। ପାଠପଢା ସହ ତାଙ୍କୁ ମଡେଲିଂ ପାଇଁ ଅନେକ ପ୍ରସ୍ତାବ ମଧ୍ୟ ଆସିଥିଲା ଏବଂ ସେ ମଡେଲିଂ ମଧ୍ୟ କରିଥିଲେ। ସେ ଯେତେବେଳେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ତାଙ୍କୁ ମଡେଲିଂ ପାଇଁ ପ୍ରସ୍ତାବ ଆସିଥିଲା। ଏହାପରେ ସେ ଅନେକ ବିଜ୍ଞାପନରେ ନଜର ଆସିଥିଲେ ଆଉ ୧୯୯୪ରେ ବିଶ୍ୱ ସୁନ୍ଦରୀ ହେଲା ପରେ ତାଙ୍କର ଚାହିଦା ବଢିବାରେ ଲାଗିଲା ଓ ଚଳଚ୍ଚିତ୍ର ପାଇଁ ଅନେକ ପ୍ରସ୍ତାବ ଆସିବାକୁ ଲାଗିଥିଲା।

ଐଶ୍ୱର୍ଯ୍ୟା ତାମିଲ ଚଳଚିତ୍ରରୁ ହିଁ ନିଜର ଅଭିନୟ ଆରମ୍ଭ କରିଥିଲେ। ବଲିଉଡରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ପ୍ୟାର ହୋ ଗୟା। ବଲିଉଡରେ ତାଙ୍କ ସ୍ଥିତି ମଜଭୁତ କରିଥିଲା ସଂଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ହମ୍‌ ଦିଲ ଦେ ଚୁକେ ସନମ’। ୨୦୦୨ରେ ସଂଜୟଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦେବଦାସ’ ଐଶ୍ୱର୍ଯ୍ୟାଙ୍କୁ ଏକ ଭିନ୍ନ ପରିଚୟ ଦେଇପାରିଥିଲା। ଏହା ବ୍ୟତୀତ ସେ କିଛି ବଙ୍ଗଳା ଚଳଚ୍ଚିତ୍ରରେ ବି ନଜର ଆସି ସାରିଛନ୍ତି।

ସମ୍ବନ୍ଧିତ ଖବର