ହୋଟେଲରେ ବିବେକ୍‌ ଓବରଏ କରିଥିବା ଏହି ଗୋଟେ ଭୁଲ ପାଇଁ ତାଙ୍କଠାରୁ ଦୂରେଇ ଯାଇଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ : ଏବେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରି ନେଇଥିଲେ ମଧ୍ୟ ତାଙ୍କ ପ୍ରେମ ସଂପର୍କକୁ ନେଇ ବିଗତ ଅତୀତରେ ଅନେକ ଚର୍ଚ୍ଚା ହୋଇଥିଲା । ପ୍ରଥମେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବଂ ପରେ ବିବେକ ଓବରଏଙ୍କ ସହ ତାଙ୍କ ପ୍ରେମ ସଂପର୍କ ଖୁବ୍‌ ଚର୍ଚ୍ଚାରେ ରହିଥିଲା । ସଲମାନଙ୍କ ସହ ତାଙ୍କର ବିଚ୍ଛେଦର କାରଣ ପ୍ରାୟ ସମସ୍ତଙ୍କୁ ଜଣାଥିବା ବେଳେ ହଠାତ୍‌ ଐଶ୍ୱର୍ଯ୍ୟା ବିବେକଙ୍କଠାରୁ କ’ଣ ପାଇଁ ଅଲଗା ହୋଇ ଯାଇଥିଲେ, ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ପାଲଟିଥିଲା । ତେବେ ହୋଟେଲରେ ବିବେକ ଓବରଏ ଯେଉଁ ଭୁଲ କରିଥିଲେ, ତାହା ତାଙ୍କୁ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା କରି ଦେଇଥିଲା ।

India.com

ସୂଚନା ମୁତାବକ, ଐଶ୍ୱର୍ଯ୍ୟା ସଲମାନଙ୍କଠାରୁ ଅଲଗା ହେବା ପରେ ବିବେକଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ । କିନ୍ତୁ ଏ ନେଇ ସେ  ଘୋଷଣା କରି ନଥିଲେ । ଏକାଠି ଅନେକ ଇଭେଣ୍ଟରେ ଯୋଗ ଦେଉଥିଲେ ମଧ୍ୟ ଖୋଲାଖୋଲି ଭାବେ ଦୁହେଁ ନିଜ ସଂପର୍କକୁ ଯେତେ ସମ୍ଭବ ଲୁଚାଇ ରଖିଥିଲେ । କିନ୍ତୁ ବିବେକଙ୍କ ଏକ ଭୁଲ ପାଇଁ ସବୁ ବଦଳି ଯାଇଥିଲା । ବିବେକ ମୁମ୍ବାଇର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ, ମୋତେ ସଲମାନ ଜୀବନରୁ ମାରିବାକୁ ଚେଷ୍ଟା କରୁଥିବା କଥା ମିଛରେ କହି ଦେଇଥିଲେ । ଯାହା ପରେ ଐଶ୍ୱର୍ଯ୍ୟା ରାଗି ଯାଇ ତାଙ୍କଠାରୁ ଦୂରେଇ ଯାଇଥିଲେ ।

ସମ୍ବନ୍ଧିତ ଖବର