ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋୟର୍ସ ସଂଖ୍ୟା କମ୍‌ ହେବାରୁ ନିଜର ପିଆର ଟିମ୍‌ ଉପରେ ବିରକ୍ତ ହେଲେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ : ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସର୍ବଦା ତାଙ୍କର ଉତ୍ତମ ବ୍ୟବହାର ପାଇଁ ଜଣାଯାଆନ୍ତି । ଏପରିକି ବିବାଦ ଠାରୁ ଦୂରରେ ରହିବା ପାଇଁ ମିଡ଼ିଆରେ ମଧ୍ୟ ବହୁ ଜଗିରଖି କଥା କହିଥାନ୍ତି ବିଶ୍ୱସୁନ୍ଦରୀ । ତେବେ ଗତ କାଲି ପ୍ରଥମ ଥର ପାଇଁ ଇନ୍‌ଷ୍ଟାଗ୍ରାମରେ ନିଜର ଆକାଉଣ୍ଟ ଖୋଲିଥିବା ବେଳେ ଏ ନେଇ ସେ ତାଙ୍କ ପିଆର ଟିମ୍‌ ଉପରେ ଖପ୍ପା ହୋଇଛନ୍ତି । ପ୍ରକୃତରେ କଥା କ’ଣ କି ଐଶ୍ୱର୍ଯ୍ୟାଙ୍କ ଲକ୍ଷାଧିକ ଫ୍ୟାନଫଲୋୟର୍ସ ରହିଥିବା ବେଳେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବହୁତ କମ ଫଲୋୟର୍ସ ରହିଛନ୍ତି । ଏଥି ପାଇଁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ କରିପାରି ନାହାନ୍ତି ଐଶ୍ୱର୍ଯ୍ୟା।

oneindia

ସୂଚନାଯୋଗ୍ୟ , ପ୍ରଶଂସକଙ୍କ ବାରମ୍ବାର ଅନୁରୋଧ ପରେ ଗତକାଲି ପ୍ରଥମ ଥର ପାଇ ଐଶ୍ୱର୍ଯ୍ୟା ଇନ୍‌ଷ୍ଟାଗ୍ରାମରେ ତାଙ୍କର ଆକାଉଣ୍ଟ ଖୋଲିଛନ୍ତି। ଗତକାଲି ସକାଳ ୧୦:୪୫ ମିନିଟରେ ଆକାଉଣ୍ଟ ଖୋଲିଯାଇଥିବା ବେଳେ ଏହାର ଆଠ ଘଣ୍ଟା ପରେ ତାଙ୍କର ମାତ୍ର ୧ ଲକ୍ଷ୨୦ ହଜାର ଫଲୋୟର୍ସ ରହିଥିଲେ । ଏପରିକି ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ନିଜ ଶ୍ୱଶୁର ଅମିତାଭ ବଚ୍ଚନ ମଧ୍ୟ ଫଲୋ କରିନାହାନ୍ତି । କଳାକାରମାନଙ୍କ ମଧ୍ୟରେ ଅଭିଷେକ ବଚ୍ଚନ , ସୋନମ କପୁର ଅହୁଜା ପ୍ରମୁଖ ଫଲୋ କରିଛନ୍ତି । ଏହା ଐଶ୍ୱର୍ଯ୍ୟାଙ୍କ ପାଇଁ ନିରାଶାଜନକ ଥିବା ବେଳେ ସୋସିଆଲ ମିଡ଼ିଆରେ ନିଜର କମ ଲୋକପ୍ରିୟତା ଦେଖି ସେ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଏଥିପାଇଁ ନୀଳନୟନା ନିଜ ପିଆର ଟିମ୍‌ ଉପରେ କ୍ରୋଧିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର