ଆମନେ-ସାମନେ ହେବେ ନାହିଁ ସଲମାନ୍‌ ଏବଂ ଐଶ୍ୱର୍ଯ୍ୟା !

ମୁମ୍ବାଇ: ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଏବଂ ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭିତରେ ଲଢ଼େଇ ହେବ ବୋଲି କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା। କୁହାଯାଉଥିଲା ଯେ ଆଗାମୀ ଇଦ୍‌ ଅବସରରେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଙ୍କ ଅଭିନୀତ ‘ରେସ୍‌-୩’ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ‘ଫନ୍ନେ ଖାନ୍‌’ ରିଲିଜ୍‌ ହେବ। କିନ୍ତୁ ସଦ୍ୟତମ ସୂଚନା ଅନୁଯାୟୀ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଲଢ଼େଇ ହେବ ନାହିଁ। କାରଣ ‘ଫନେ ଖାନ୍‌’ର ସୁଟିଂରେ ବ୍ୟାଘାତ ସୃଷ୍ଟି ହୋଇଛି।

photo-navbharattimes

କୁହାଯାଉଛି ଯେ ପ୍ରଯୋଜନା ସଂସ୍ଥା ପକ୍ଷରୁ କିଛି କଳାକାର ଏବଂ ଅନ୍ୟ ସଦସ୍ୟଙ୍କୁ ସେମାନଙ୍କର ପାରିଶ୍ରମିକ ଦିଆ ଯାଇନାହିଁ। ଏହାକୁ ନେଇ ଉଭୟଙ୍କ ଭିତରେ ଟଣା ଓଟରା ଲାଗି ରହିଛି। । । ‘ଫନେ ଖାନ୍‌’ ର ନିର୍ଦ୍ଦେଶନା ଦେଉଛନ୍ତି ଅତୁଲ ମଞ୍ଜରେକର । ଏଠାରେ ସୂଚନାଯୋଗ୍ୟ ଯେ ଐଶ୍ୱର୍ଯ୍ୟା ଅନୀଲ କପୁରଙ୍କସହ ବେଶ କିଛି ବର୍ଷ ବ୍ୟବଧାନରେ କାମ କରୁଛନ୍ତି । ଏହି ସିନେମାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରଥମ ଥର ପାଇଁ ପ୍ରତିଭାବାନ ଅଭିନେତା ରାଜ କୁମାର ରାଓଙ୍କ ବିପକ୍ଷରେ ନଜର ଆସିବେ । ଏଥିରେ ଦିବ୍ୟା ଦତ୍ତା ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ଅପର ପକ୍ଷରେ ରେସ୍‌ –୩ରେ ସଲମାନ୍‌ ଖାନଙ୍କ ବ୍ୟତୀତ ଅନୀଲ କପୁର,ବବି ଦେଓଲ୍‌,ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌ ପ୍ରମୁଖ ଅଛନ୍ତି। ଏହା ଜୁନ୍‌ ୧୫ ତାରିଖରେ ରିଲିଜ୍‌ ହେବ।

 

ସମ୍ବନ୍ଧିତ ଖବର