୩ ମାସ ପୂର୍ବରୁ ଯେଉଁ ପୋଷାକ ଚିରଞ୍ଜିବୀଙ୍କ ବୋହୂ ପିନ୍ଧିଥିଲେ ସେହିଭଳିି ପୋଷାକ ପିନ୍ଧି ନଣନ୍ଦଙ୍କ କାର୍ଯ୍ୟକ୍ରମରେ ପହଞ୍ଚିଲେ ଐଶ୍ୱର୍ଯ୍ୟା! ଏହି ଅଭିନେତ୍ରୀମାନେ ମଧ୍ୟ କରି ସାରିଛନ୍ତି ନକଲ

ମୁମ୍ବାଇ : ଶନିବାର ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ନିଜ ନଣଦଙ୍କ ଫ୍ୟାଶନ ବ୍ରାଣ୍ଡ ଏମ୍‌ଏକ୍ସଏସ୍‌ର ଉଦଘାଟନ ଉତ୍ସବରେ ପହଞ୍ଚିଥିଲେ । ଏହି ଷ୍ଟୋର ଲଞ୍ଚରେ ସେ ଅବୁ ଜାନୀ ଏବଂ ସନ୍ଦିପ ଖୋସ୍‌ଲାଙ୍କ ଜ୍ୟାକେଟ୍‌ ଡ଼୍ରେସ୍‌ ପିନ୍ଧି ନଜର ଆସିଥିଲେ । ଖାସ୍‌ କଥା ହେଲା, ଏହି ପୋଷାକକୁ ୪ ମାସ ପୂର୍ବେ ଚିରଞ୍ଜିବୀଙ୍କ ବୋହୂ ଉପାସନା ପିନ୍ଧିଥିଲେ । ସେ ପ୍ୟାରିସରେ ଏକ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ପୋଷାକ ପିନ୍ଧିଥିବାର ନଜର ଆସିଥିଲେ, ଯାହାର ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏବେ ଏହି ଦୁଇଟି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଐଶ୍ୱର୍ଯ୍ୟା ଉପାସନାଙ୍କୁ ନକଲ କରିଛନ୍ତି ବୋଲି ସମସ୍ତେ କହିବା ଆରମ୍ଭ କରିଛନ୍ତି । ତେବେ କେବଳ ଐଶ୍ୱର୍ଯ୍ୟ ନୁହନ୍ତି, ଆହୁରି ଅନେକ ଅଭିନେତ୍ରୀ ମଧ୍ୟ ସମାନ ପୋଷାକ ପିନ୍ଧି ନଜର ଆସିଥିବା ଦେଖା ଯାଇଛି ।
୧.ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଫେମିନା ମାଗାଜିନ୍‌ର ଫଟୋସୁଟ୍‌ ପାଇଁ ଏକ ଗାଉନ୍‌ ପିନ୍ଧିଥିଲେ । ଯାହାକୁ ଦୀପିକା ପାଦୁକୋନ କପିଲ ଶର୍ମାଙ୍କ ସୋ’ରେ ପିନ୍ଧିଥିବାର ଦେଖା ଯାଇଥିଲା । ଦୁଇଟି ପୋଷାକ ଦେଖିବାକୁ ସମାନ ଥିଲା ।

bhaskar.com

୨.ନିମିଶ ଶାହା ଡିଜାଇନ୍‌ କରିଥିବା ଏହି ପୋଷାକକୁ ପ୍ରଥମେ କଲ୍‌କି କୋଚେଲିନ୍‌ ପିନ୍ଧିଥିବା ବେଳେ କିଛି ମାସ ତଳେ ଏହି ପୋଷାକକୁ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ପିନ୍ଧିଥିବାର ଦେଖା ଯାଇଥିଲା ।

bhaskar.com

୩.ପାକିସ୍ଥାନୀ ଅଭିନେତ୍ରୀ ମାହିରା ଖାନ୍‌ ନିଜର ପ୍ରଥମ ଫିଲ୍ମ ‘ରଇସ୍‌’ର ପ୍ରମୋସନ ସମୟରେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖା ଯାଇଥିଲା, ଯାହାକୁ ପରେ ଅଭିନେତ୍ରୀ ଆଲିଆ ଭଟ୍ଟ ୟୁଟ୍ୟୁବ୍‌ ଫେଷ୍ଟରେ ପିନ୍ଧିଥିବାର ନଜର ଆସିଥିଲା ।

bhaskar.com

୪.ଡ଼ିଜାଇନର ହେମନ୍ତ ଏବଂ ନନ୍ଦିତାଙ୍କ ଦ୍ୱାରା ଡ଼ିଜାଇନ୍‌ କରାଯାଇଥିବା ଏହି ପୋଷାକକୁ କ୍ରିତି ସନୋନ ୨୦୧୭ ଆଇଫା ଆଓ୍ଵାର୍ଡ଼ରେ ପିନ୍ଧିଥିବା ବେଳେ ପରେ ୨୦୧୮ରେ ପରିଣୀତି ସେହି ପୋଷାକକୁ ପ୍ରିୟଙ୍କାଙ୍କ ନିର୍ବନ୍ଧ ସମୟରେ ପିନ୍ଧିଥିବାର ଦେଖାଯାଇଥିଲା ।

bhaskar.com
ସମ୍ବନ୍ଧିତ ଖବର