ବିବାହ ପରର ଜୀବନ ସମ୍ପର୍କରେ ଖୋଲା ଖୋଲି ଆଲୋଚନା କରି ଏପରି କହିଲେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ପରେ ‘ଫନ୍ନେ ଖାନ୍‌’ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି। ଏହି ସିନେମାରେ ତାଙ୍କ ସହିତ ଅଭିନେତା ରାଜକୁମାର ରାଓ ଓ ଅନିଲ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଐଶ୍ୱର୍ଯ୍ୟା ଓ ଅନିଲ କପୁର ପାଖାପାଖି ୧୭ବର୍ଷ ପରେ ପୁଣି ଏକାଠି କାମ କରିବେ। ଏହି ସିନେମା ପୂର୍ବରୁ ଦୁହିଁଙ୍କୁ ‘ତାଲ’ ଓ ‘ହମାରା ଦିଲ ଆପ୍‌କେ ପାସ୍‌ ହୈ’ରେ ଦେଖିବାକୁ ମିଳିଥିଲା।

ଐଶ୍ୱର୍ଯ୍ୟା ରାୟ ବିବାହ ପରେ ତାଙ୍କ ଜୀବନ କିପରି ରହିଛି ସେ ସମ୍ପର୍କରେ ଖୋଲା ଖୋଲି ଆଲୋଚନା କରିଛନ୍ତି। ସାଧାରଣତଃ ଲୋକମାନଙ୍କୁ ଲାଗୁଛି କି ବଚ୍ଚନ ପରିବାରର ବୋହୂ ହେବା ପରେ ଅଭିଷେକ ବଚ୍ଚନଙ୍କ ଚାପରେ ଆସି ମୁଁ ବଛା ବଛା ସିନେମା କରୁଛନ୍ତି। ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି, ବାସ୍ତବରେ କିନ୍ତୁ ଏପରି କିଛି ନାହିଁ। ମୋର ବିବାହ ପୂର୍ବରୁ ଜୀବନ ଯେପରି ଥିଲା ବିବାହ ପରର ଜୀବନ ମଧ୍ୟ ସେପରି ରହିଛି। ଆରଧ୍ୟା ଜନ୍ମ ପରେ ବି ମୁଁ କାମ କରିବା ଜାରି ରଖିଛି। ଆରଧ୍ୟାକୁ ତିନିବର୍ଷ ହୋଇଥିବା ବେଳେ ମୁଁ ଏକ ସିନେମା ମଧ୍ୟ କରିଥିଲି। ମୋର ମାଆଙ୍କୁ ମୁଁ ବହୁତ ମାନେ, ସେ ମୋର ରୋଲ ମଡେଲ । ସେ ଯେଉଁ ସଂସ୍କାର ମୋତେ ଦେଇଛନ୍ତି ମୁଁ ବି ମୋ ଝିଅକୁ ସେଭଳି ସଂସ୍କାର ଦେବାକୁ ଚାହେଁ। ବୋହୂ ଭାବେ ହେଉ ଅବା ପତ୍ନୀ ଭାବେ ମୋର କର୍ତ୍ତବ୍ୟରେ ମୁଁ କେବେ ହେଳା କରେ ନାହିଁ। ମୋର ଶାଶୁଘର ଲୋକମଧ୍ୟ ପ୍ରତ୍ୟେକ କାମରେ ମୋତେ ପ୍ରେରଣା ଯୋଗାଇ ଆସିଛନ୍ତି।

ସମ୍ବନ୍ଧିତ ଖବର