ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ହୋଇପାରନ୍ତି ପ୍ରଧାନମନ୍ତ୍ରୀ, ମେଗାଷ୍ଟାର୍‌ ରଜନୀକାନ୍ତ ତାମିଲନାଡୁର ମୁଖ୍ୟମନ୍ତ୍ରୀ !

ମୁମ୍ବାଇ:ବଲିଉଡ ମେଗାଷ୍ଟାର୍‌ ଅଭିତାଭ ବଚ୍ଚନଙ୍କ ନାତୁଣୀ ତଥା ଲୋକପ୍ରିୟ କଳାକାର ଦମ୍ପତି ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କନ୍ୟା ଅରାଧ୍ୟାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଜଣେ ବିଖ୍ୟାତ ଜ୍ୟୋତିଷ। ସେ କହିଛନ୍ତି ଯେ, ଆରାଧ୍ୟା ଭାରତର ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ହାଇଦ୍ରାବାଦର ଜଣାଶୁଣା ଜ୍ୟୋତିଷ ଡ଼କ୍ଟର ଜ୍ଞାନେଶ୍ୱର କହିଛନ୍ତି ଯେ, ଆରାଧ୍ୟା ଭବିଷ୍ୟତରେ ଭାରତର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ତେବେ ଏଥିପାଇଁ କେବଳ ଗୋଟିଏ କାମ କାରିବାକୁ ପଡିବ। ଡ଼କ୍ଟର ଜ୍ଞାନେଶ୍ୱର କହିଛନ୍ତି ଯେ ଯଦି ଆରାଧ୍ୟାଙ୍କ ନାମ ବଦଳାଇ ରୋହିଣୀ କରାଯିବ  ତେବେ ତାଙ୍କର ଭବିଷ୍ୟବାଣୀ ସତ ହେବ । ଆରାଧ୍ୟାଙ୍କ ଜେଜେ ଅମିତାଭ ବଚ୍ଚନ ମଧ୍ୟ ରାଜନୀତିରେ ପ୍ରବେଶ କରି ଲୋକସଭା ସଦସ୍ୟ ହୋଇଥିଲେ। କିନ୍ତୁ ପରେ ସେ ଲୋକସଭାରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ୟାସ ନେଇଥିଲେ।

YouTube

ଏଠାରେ ସୂଚନାଯୋଗ୍ୟ ଯେ, ଜ୍ୟୋତିର୍ବିଦ୍‌ ଜ୍ଞାନେଶ୍ୱର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ଫ  ଦ୍ୱିତୀୟ ଥର ନିର୍ବାଚନ ଜିଣିବେ ବୋଲି ଭବିଷ୍ୟବାଣୀ କରିଛନ୍ତି। ସେ ଆହୁରି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି କି ତାମିଲ ମେଗାଷ୍ଟାର୍‌ ରଜନୀକାନ୍ତ  ଭବିଷ୍ୟତରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହେବେ।

ସମ୍ବନ୍ଧିତ ଖବର