ଶହନାଜଙ୍କ ବାୟୋପିକରେ ଐଶ୍‌

ଜଣାଶୁଣା ଭାରତୀୟ ସୌନ୍ଦର୍ଯ୍ୟ ବିଶାରଦା ତଥା ପ୍ରସାଧନ ସାମଗ୍ରୀ ଉତ୍ପାଦିକା ଶହନାଜ ହୁସୈନଙ୍କ ଜୀବନୀ ଆଧାରରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ପୂଜା ବେଦୀ। ଏଥିରେ ଶହନାଜ ଭୂମିକାରେ ଅଭିନୟ କରିବା ପାଇଁ ପ୍ରଥମେ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତାଙ୍କର ଇଚ୍ଛା ଥିଲେ ବି କର୍ମ-ବ୍ୟସ୍ତତା ଯୋଗୁଁ ସେ ସଙ୍ଗେ ସଙ୍ଗେ ସମୟ ଦେଇପାରିବେନାହିଁ ବୋଲି ଜଣାଇଲେ। ପୂଜାଙ୍କର ଅପେକ୍ଷା କରିବାକୁ ଧୈର୍ଯ୍ୟ ନାହିଁ। ତେଣୁ, ସେ ଆଉ ଜଣେ ବିଶ୍ୱସ୍ତରୀୟ ସୁନ୍ଦରୀଙ୍କୁ ବାଛିଛନ୍ତି। ସେ ହେଉଛନ୍ତି, ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଫିଲ୍ମର ଚିତ୍ର-ନାଟ୍ୟ ଲେଖିଛନ୍ତି କମଲେଶ ପାଣ୍ଡେ। ତାଙ୍କଠାରୁ ପ୍ରକାଶ ଯେ, ଐଶ୍ୱର୍ଯ୍ୟା ପ୍ରଥମରୁ ହିଁ ତାଙ୍କର ପସନ୍ଦ ଥିଲେ। ଏବେ ତାଙ୍କୁ ମନୋନୀତ କରାଯାଇଥିବାରୁ, ସେ ବିଶେଷ ଭାବେ ଆନନ୍ଦିତ। ଶହନାଜ ଭୂମିକାକୁ ଉଚିତ ନ୍ୟାୟ ଦେବାକୁ ହେଲେ, ଭଲ ଉର୍ଦୂ କହିବାକୁ ପଡ଼ିବ। ‘ଏ ଦିଲ ହୈ ମୁଶ୍‌କିଲ’ରେ ଐଶ୍ୱର୍ଯ୍ୟା ଉର୍ଦ୍ଦୁ ସଂଳାପ କହି, ସମସ୍ତଙ୍କୁ ଚମତ୍କତ କରିଥିଲେ। ତେଣୁ, ଭାଷାକୁ ନେଇ ତାଙ୍କର ସମସ୍ୟା ହେବନାହିଁ।

ସମ୍ବନ୍ଧିତ ଖବର