ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସେଆର୍‌ କଲେ ନିଜର ବିରଳ ଫଟୋ , ଜାଣନ୍ତୁ ଆରାଧ୍ୟାଙ୍କ ସହ ଏହାର କି ସଂଯୋଗ ରହିଛି

ମୁମ୍ବାଇ: ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନେକ ସମୟରେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ସେ କାନ୍‌ସ ଫେଷ୍ଟିଭାଲ୍‌ରେ ନିଜର ପରିଧାନକୁ ନେଇ ହଟଚମଟ ସୃଷ୍ଟି କରିଛନ୍ତି। ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଅନେକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ମଧ୍ୟ ନିଜର ଜଲଓ୍ଵା ଦେଖାଇଛନ୍ତି।

ଏବେ ଐଶ୍ୱର୍ଯ୍ୟାଙ୍କର ଏକ ନୂଆ ଲୁକ୍‌ ସାମ୍ନାକୁ ଆସିଛି। ଏହାକୁ ଦର୍ଶକ ବା ସିନେ ପ୍ରେମୀ ବା ଏଶ୍ୱର୍ଯ୍ୟାଙ୍କର ପ୍ରଶଂସକ କେବେ ବି ଆଗରୁ ଦେଖି ନଥିଲେ। ନିଜର ଏଭଳି ଏକ ବିରଳ ଫଟୋ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେଆର୍‌ କରିଛନ୍ତି।

photo- navbharattimes

ଏହି ଫଟୋ ସେସମୟର ଯେତେବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କେଜି ଶ୍ରେଣୀରେ ପାଠ ପଢୁଥିଲେ। ସେହି ଶ୍ରେଣୀର ଏକ ଗ୍ରୁପ୍‌ ଫଟୋ ଐଶ୍‌ ଖୋଜି ଖୋଜି ବାହାର କରିଥିଲେ। ତାକୁ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟାରେ ସେଆର୍‌ କରିଛନ୍ତି। 

 

?LKG Times ??✨

A post shared by AishwaryaRaiBachchan (@aishwaryaraibachchan_arb) on

ଏତଦ୍‌ବ୍ୟତୀତ ପୂର୍ବତନ ବିଶ୍ୱସୁନ୍ଦରୀ ନିଜର ପ୍ରଥମ ଶ୍ରେଣୀରେ ପଢୁଥିବା ଏକ ଫଟୋ ମଧ୍ୟ ସେଆର୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ସେତେବେଳେ ତାଙ୍କ ବୟସ ଆରାଧ୍ୟାଙ୍କ ସହ ସମାନ ଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଇ ନିକଟରେ ଇନଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ୍‌ ଖୋଲିଛନ୍ତି।
ଏବେ ତାଙ୍କର ଗୋଟିଏ ସିନେମା ‘ଫନ୍ନେ ଖାନ୍‌’ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିରେ ଏଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ ଅନୀଲ କପୁର ଓ ରାଜ କୁମାର ରାଓ ମୁଖ୍ୟ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର