‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ରାଜାମୌଲିଙ୍କ ଫିଲ୍ମରେ ଅଜୟ ଦେବଗନ୍‌ ଓ ଆଲିଆ ଭଟ୍ଟ

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ ତାରକା ଏବେ ‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ଏସ ଏସ୍‌ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ନିଜେ ନିର୍ଦ୍ଦେଶକ ରାଜା ମୌଲି କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ନାୟିକା ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ। ଅପରପକ୍ଷରେ ଏହି ସିନେମାରେ ଅଜୟ ଦେବଗନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂଆର୍‌ମିକାରେ ଦେଖିବାକୁ ମିଳିବ।

ଏସଏସ୍‌ ରାଜମୌଲି ଆହୁରି ମଧ୍ୟ କହିଛନ୍ତି ଯେ ‘ଆରଆରଆର୍‌’ର କଥାବସ୍ତୁ ସ୍ୱାଧୀନତା ପୂର୍ବବର୍ତ୍ତୀ-୧୯୨୦ ସମୟର ଘଟଣା ଉପରେ ଆଧାରିତ। ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରମ୍ମା ରାଜୁ ଓ କୋମରାମ୍‌ ଭୀମ୍‌ଙ୍କ ଉପରେ ଏହା ପର୍ଯ୍ୟବସିତ। ଏହି ସିନେମାରେ ଜୁନିଅର ଏନ୍‌ଟି ଆର୍‌ କୋରାମ୍‌ ଭୀମ୍‌ ଓ ରାମ ଚରଣ ଆଲୁରି ସୀତାରମ୍ମା ରାଜୁ ଭୂମିକାରେ ଅଭିନୟ କରିବେ ବୋଲି କହିଛନ୍ତି। ଏହି ସିନେମା ୨୦୨୦ ଜୁଲାଇ ୩୦ ତାରିଖରେ ଦଶଟି ଭାରତୀୟ ଭାଷାରେ ରିଲିଜ୍‌ ହେବ ବୋଲି ମଧ୍ୟ ଜଣାଯାଇଛି।

ସମ୍ବନ୍ଧିତ ଖବର