ଟ୍ଵିଟରରେ କାଜୋଲଙ୍କ ନମ୍ବର ସେୟାର କଲେ ଅଜୟ ଦେବଗନ୍; ଲେଖିଲେ, କାଜୋଲ ଦେଶରେ ନାହାନ୍ତି, ତାଙ୍କ ସହ ଏହି ନମ୍ବରରେ ସଂପର୍କ କରନ୍ତୁ… ଜାଣନ୍ତୁ କ’ଣ ଥିଲା ପ୍ରକୃତ ଘଟଣା
ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ନିଜ ପତ୍ନୀ ତଥା ଅଭିନେତ୍ରୀ କାଜୋଲଙ୍କ ମୋବାଇଲ ନମ୍ବର ଟ୍ଵିଟରରେ ସେୟାର କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନମ୍ବର ଟ୍ଵିଟ୍ କରିବା ପରେ, ଅଜୟ ଏପରି କ’ଣ ପାଇଁ କଲେ ସେ ନେଇ ବ୍ୟବହାରକାରୀମାନେ ଅନେକ ପ୍ରଶ୍ନ ପଚାରୁଥିବା ବେଳେ; କିଛି ଅଜୟଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି ବୋଲି କହିବା ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଅଜୟ ଏକ ନମ୍ବର ସେୟାର କରି କାଜୋଲ ଏବେ ଦେଶରେ ନାହାନ୍ତି, ତାଙ୍କୁ ଏହି ନମ୍ବରରେ ହ୍ଵାଟ୍ସଆପ୍ କରି କଥା ହୋଇ ପାରିବେ ବୋଲି ଲେଖିଥିଲେ । ଯାହା ପରେ ଏକ ନିଉଜ୍ ଚ୍ୟାନେଲ ଏ ନେଇ ଅଜୟ ଏବଂ କାଜୋଲଙ୍କ ଟିମ୍କୁ ସଂପର୍କ କରିଥିଲେ । ଯାହା ପରେ ସେ ଅପେକ୍ଷା କରିବାକୁ କହିବା ସହ ପ୍ରକୃତ ଘଟଣା କ’ଣ ଆମେ ତାହା ଜାଣିବାକୁ ଚେଷ୍ଟା କରୁଛୁ ବୋଲି କହିଥିଲେ । ଅଧିକ ସୂଚନା ନ ମିଳିବାରୁ ନିଉଜ୍ ଚ୍ୟାନେଲଟିରେ ଦିଆ ଯାଇଥିବା ନମ୍ବରରେ କଲ୍ କରିବା ପରେ “ହାଏ,ମୁଁ କାଜୋଲ, ମୁଁ ଆପଣଙ୍କ କଲ୍ ନେବାକୁ ଅସମର୍ଥ, ଦୟାକରି ଟେକ୍ସଟ୍ ମେସେଜ୍ ବା ଭଏସ୍ ମେସେଜ୍ ପଠାନ୍ତୁ” ବୋଲି ଉତ୍ତର ମିଳିଥିଲା ।