ଏହି କାରଣରୁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଅଜୟ ଓ କାଜଲଙ୍କ ତନୟା ନ୍ୟାସା

ମୁମ୍ବାଇ : ଆଜିକାଲିର ଯୁଗ ହେଉଛି ସୋସିଆଲ ମିଡିଆର ଯୁଗ । ଏବେ ପିଲାମାନେ ସୋସିଆଲ ମିଡିଆ ସାଇଟ୍‌କୁ ବ୍ୟବହାର କରି ନିଜର କଳା ପ୍ରଦର୍ଶନ କରିବା ସହ ରାତାରାତି ଚର୍ଚ୍ଚିତ ହୋଇ ପାରୁଛନ୍ତି । ଏମିତିକି ସେଲିବ୍ରିଟିମାନେ ମଧ୍ୟ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି । କିନ୍ତୁ ବେଳେ ବେଳେ ନିଜକୁ ଚର୍ଚ୍ଚିତ କରିବାକୁ ଯାଇ ସେଲିବ୍ରିଟିମାନେ ଟ୍ରୋଲ ମଧ୍ୟ ହୋଇଥାନ୍ତି । ଯାହା ଏବେ ଅଜୟ ଦେଗଗନ ଓ କାଜୋଲଙ୍କ ଝିଅ ନ୍ୟାସାଙ୍କ ସହ ଘଟିଛି । ସେ ପିନ୍ଧିଥିବା ପୋଷାକକୁ ନେଇ ତାଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଖରାପ କମେଣ୍ଟ କରିଥିବା ଦେଖାଯାଇଛି । କିଛି ଲୋକ ନ୍ୟାସାଙ୍କୁ ପ୍ୟାଣ୍ଟ ପିନ୍ଧିବା ପାଇଁ ଭୁଲି ଯାଇଛନ୍ତି ବୋଲି କହିଥିବା ବେଳେ ଆଉ କିଛି ଲୋକେ ଝିଅକୁ ଫ୍ୟାସନ୍‌ ବିଷୟରେ ଶିଖାନ୍ତୁ ବୋଲି କାଜୋଲଙ୍କୁ ଉପଦେଶ ଦେଇଛନ୍ତି ।

SpotboyE

ସୂଚନା ମୁତାବକ, ନ୍ୟାସାଙ୍କୁ ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ବେଳେ ସେ ନିଜ ପସନ୍ଦ ଅନୁସାରେ ଏକ ପୋଷାକ ପିନ୍ଧିଥିଲେ । କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ଲୁକ୍‌ଠାରୁ ଆରମ୍ଭ କରି ତାଙ୍କର ଫ୍ୟାସନ୍‌ ବିଷୟରେ କୌଣସି ଧାରଣା ନଥିବା କହିଛନ୍ତି। କେହି କେହି ତୁମ ପ୍ୟାଣ୍ଟ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିବା ବେଳେ ଆଉ କେହି କହିଛନ୍ତି, ଏଭଳି ଘରୁ ବାହାର ନାହିଁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର