କାଷ୍ଟିଂ କାଉଚ୍‌ ପ୍ରସଙ୍ଗରେ ମୁହଁ ଖୋଲିବ ତ , କ୍ୟାରିଅର୍‌ ଖତମ୍‌ ହୋଇଯିବ !

0 937

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଇଲିଆନା ଡିକ୍ରୁଜ କାଷ୍ଟିଂ କାଉଚ୍‌ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଆଗରୁ ସେ କେବେ ବି କିଛି କହୁ ନଥିଲେ ହେଲେ ଏବେ ତାଙ୍କର ଅପକମିଂ ସିନେମା ‘ରେଡ୍‌’ର ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ କାଷ୍ଟିଂ କାଉଚ୍‌ ପ୍ରସଙ୍ଗରେ କହିଛନ୍ତି ଯେ ଯିଏ ଏ ବିଷୟରେ ମୁହଁ ଖୋଲିବ ତାର କ୍ୟାରିଅର୍‌ ଖତମ୍‌ ହୋଇଯିବ। ଆଉ ଯଦି କୌଣସି ଏ ଗ୍ରେଡ୍‌ ଆକ୍ଟରଙ୍କ ଉପରେ ଏଭଳି ଆରୋପ ଲଗାଇବେ ,ତେବେ ସେଥିଲାଗି ଆପଣଙ୍କୁ ବହୁଲୋକଙ୍କୁ ଏକାଠି କରିବାକୁ ପଡ଼ିବ। କାରଣ ତାହା ଦ୍ୱାରା କିଛି ପ୍ରଭାବ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଥରେ ଜଣେ ସାଉଥର ଜୁନିଅର୍‌ ଆର୍ଟିଷ୍ଟ ତାଙ୍କୁ ଏହି ଡିଲ୍‌ ସଂପର୍କରେ ମତାମତ ଲୋଡିଥିଲେ ଯାହାକୁ ସେ ନିଜର ବ୍ୟକ୍ତିଗତ ନିଷ୍ପତ୍ତି ହେବ। ଏଥିରେ ସେ କିଛି ପରାମର୍ଶ ଦେଇ ପାରିବେନି ବୋଲି କହିଥିଲେ ଇଲିଆନା ଡିକ୍ରୁଜ ।

photo-instagram

 

ନିକଟରେ ସେ ତାଙ୍କ ଫିଲ୍ମର ଟିମ୍‌ ସହିତ ‘ରେଡ୍‌’ର ପ୍ରମୋସନ କରୁଥିବା ବେଳେ ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ସମସ୍ତଙ୍କର ପରିଚୟ କରାଇଥିଲେ। ସେ ନାୟକ ଅଜୟ ଦେବଗନଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ରାଜ କୁମାର ଗୁପ୍ତାଙ୍କ ଯାଏଁ ସମସ୍ତଙ୍କ ନାମ ଠିକ୍‌ ଭାବେ କହିଲେ ହେଲେ ଇଲିଆନା ଡିକ୍ରୁଜଙ୍କୁ ଇଲିଆନା ଡିସୁଜା ନାଆଁରେ ପରିଚିତ କରାଇଥିଲେ। ଏହା ଥରେ ନୁହେଁ ତିନି ତିନି ଥର ହେଲା। ଏଥିରେ ରାଗି ଗଲେ ଇଲିଆନା। ସେ ସାମ୍ବାଦିକଙ୍କ ଉପରେ ରାଗିଯାଇ କହିଲେ ଆପଣ ଘରୁ ଠିକ୍‌ ଭାବେ ହୋମ୍‌ ଓ୍ଵାର୍କ କରି ଆସିବା ଉଚିତ। କାହାର ନାଆଁ କ’ଣ ଆଉ ଆପଣ କହୁଛନ୍ତି କ’ଣ ? ଏଠାରେ ସୂଚନାଯୋଗ୍ୟ ଯେ ‘ରେଡ୍‌’ ଏଇ ୧୬ ତାରିଖରେ ରିଲିଜ୍‌ ହେଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.