କାଜୋଲଙ୍କ ଏହି ଅଭ୍ୟାସ ପାଇଁ ତାଙ୍କ ଉପରେ ସବୁବେଳେ ବିରକ୍ତ ହୋଇଥାନ୍ତି ଅଜୟ

ମୁମ୍ବାଇ: ବଲିଉଡର ଏକ ଚର୍ଚ୍ଚିତ ଯୋଡ଼ି ହେଉଛି ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ କାଜୋଲଙ୍କ ଯୋଡ଼ି । ବିବାହକୁ ୨୦ବର୍ଷ ହୋଇ ସାରିଥିଲେ ମଧ୍ୟ ଏବେ ବି ଦୁହିଁଙ୍କ ମଧ୍ୟରେ ଭଲ ପାଇବା ପୂର୍ବ ଭଳି ରହିଛି। ତେବେ ସବୁ ଦମ୍ପତ୍ତିଙ୍କ ଭଳି ଦୁହିଁଙ୍କ ମଧ୍ୟରେ ଅନେକ ଥର କଥା କଟାକଟି ହୋଇଥିଲେ ମଧ୍ୟ ଏବେ ବି ଦୁହେଁ ଖୁସିରେ ସାଥୀରେ ରହିଛନ୍ତି। ତେବେ ଏତେ ଦିନ ସାଥୀରେ ରହିବା ପରେ କାଜୋଲଙ୍କର ଏଭଳି ଏକ ଗୁଣ ରହିଛି, ଯାହା ଏବେ ବି ଅଜୟଙ୍କୁ ବିରକ୍ତ କରାଏ। ଏ ନେଇ ଅନ୍ୟ କେହି ନୁହନ୍ତି, ବରଂ ନିଜେ ଅଜୟ ଦେବଗନ୍ ଏହାର ଖୁଲାସା କରିଛନ୍ତି।

Related image
indiatoday.in

ତାଙ୍କ କହିବା ଅନୁଯାୟୀ, କାଜୋଲ ସୁଟିଂ ସେଟରେ ବହୁତ ଅଧିକ କଥା ହୁଅନ୍ତି। ଯେତେବେଳେ ତାଙ୍କୁ କାମ ଉପରେ ଧ୍ୟାନ ଦେବା ପାଇଁ କୁହାଯାଏ, ସେ କିଛି ଅନ୍ୟ କାମରେ ବ୍ୟସ୍ତ ଥାନ୍ତି। ଏଭଳି ଅଧିକ କଥା ହେଉଥିବାରୁ ମୁଁ ତାଙ୍କୁ ରାଗିଥାଏ। କିନ୍ତୁ ସେ ଚୁପ୍ ହୋଇଗଲେ, ମୁଁ ତାଙ୍କୁ କ’ଣ ହୋଇଛି? ବୋଲି ମଧ୍ୟ ପଚାରେ। ସେଥିପାଇଁ ଆଜି ପର୍ଯ୍ୟନ୍ତ ମୁଁ ତାଙ୍କୁ କେବେ ବଦଳିବାକୁ କହିନି ବୋଲି କହିଛନ୍ତି ଅଜୟ ଦେବଗନ୍।

ସମ୍ବନ୍ଧିତ ଖବର