ଏହି କାରଣରୁ କେବେ ହେଲେ ରାଜନୀତିରେ ଯୋଗ ଦେବାକୁ ଚାହୁଁ ନାହାନ୍ତି ଅଜୟ ଦେବଗନ୍‌

ମୁମ୍ବାଇ : ଏବେ ନିଜର ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର ଦେ’କୁ ନେଇ ବ୍ୟସ୍ତ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ତବୁ ଏବଂ ରାକୁଲପ୍ରୀତ ସିଂହ । ତେବେ ଫିଲ୍ମଟି ମେ ୧୭ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମର ପୂରା ଷ୍ଟାରକାଷ୍ଟ ପ୍ରମୋସନରେ ବ୍ୟସ୍ତ ଥିବା ଦେଖା ଯାଇଛି । ପ୍ରମୋସନ ସମୟରେ ରାଜନୀତିରେ ଯୋଗ ଦେବାକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ନିଜର ଉତ୍ତର ରଖିଛନ୍ତି ଅଭିନେତା ଅଜୟ ଦେବଗନ ।

dnaindia.com

ତାଙ୍କ କହିବା ଅନୁଯାୟୀ, ମୁଁ କେବେ ହେଲେ ରାଜନୀତିରେ ପ୍ରବେଶ କରିବି ନାହିଁ । ମୋତେ ଅଧିକ ଲୋକ ଦେଖିଲେ ଅସହଜ ଅନୁଭବ ହୁଏ । କ୍ୟାମେରା ଆଗରେ ମୁଁ ସହଜ ଅନୁଭବ କରୁଥିଲେ ମଧ୍ୟ ରାଜନୀତି ପାଇଁ ମୁଁ ଫିଟ୍‌ ନୁହେଁ ବୋଲି କହିିଥିଲେ ଅଜୟ ଦେବଗନ୍।

ସମ୍ବନ୍ଧିତ ଖବର