‘ତାଣାଜୀ’ ବକ୍ସ୍ ଅଫିସରେ ସୁପରହିଟ୍ ହେବା ପରେ ଏବେ ଏହି ୪୦୦ କୋଟିର ସିନେମାରେ କାମ କରୁଛନ୍ତି ଅଜୟ ଦେବଗନ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ବକ୍ସ ଅଫିସ ରେ ସୁପରହିଟ୍ ହେବା ପରେ ଏବେ ସେ ଏକ ନୂଆ ସିନେମାରେ କାମ କରୁଛନ୍ତି। ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ ‘ତାଣାଜୀ’କୁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ସରକାର ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି। ଅଜୟ ଦେବଗନଙ୍କ ‘ତାଣାଜୀ’ ଏଯାବତ୍ ୧୭୦ କୋଟି ଟଙ୍କା ଆୟ କରିସାରିଥିବା ଜଣାଯାଇଛି।

image source- youtube

ଉଲ୍ଲେଖଯୋଗ୍ୟ, ମରାଠା ଓ ମୋଗଲ ଶାସକଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ନିର୍ମିତ ହୋଇଛି ‘ତାଣାଜୀ’ । ଏହି ବ୍ୟୟବହୁଳ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜୋଲ ଅଭିନୟ କରିଛନ୍ତି। ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଓମ ରାଉତ ।

Alia Bhatt and Ajay Devgn have joined the cast of filmmaker SS Rajamouli's upcoming venture
Image Source-Asian Age

ଅଜୟ ନିଜର ଆଗାମୀ ସିନେମାର ସୁଟିଂ ବି ଆରମ୍ଭ କରିଥିବାର ଖବର ମିଳିଛି। ହଁ, ଅଜୟ ଦେବଗନ ‘ବାହୁବଳୀ’ଫେମ୍ ନିର୍ଦେଶକ ଏସ୍ ଏସ୍ ରାଜାମୌଲୀଙ୍କ ନୂଆ ଫିଲ୍ମ ‘ଆର୍ ଆର୍ ଆର୍’ର ସୁଟିଂ ଆରମ୍ଭ କରି ଦେଇଛନ୍ତି। ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଟୁଇଟ୍ କରାଯାଇଛି ।

‘ଆର୍ ଆର୍ ଆର୍ ’ରେ ଅଜୟ ଦେବଗନଙ୍କ ବ୍ୟତୀତ ସାଉଥ  ଷ୍ଟାର୍ ଜୁନିୟର ଏନ ଟିଆର୍, ରାମଚରଣ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ହଲିଉଡ ଅଭିନେତ୍ରୀ ଡେଜି ଜୋନସଙ୍କ ଭଳି ବହୁ ନାମୀ କଳାକାର ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମର ବଜେଟ ୪୦୦ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଏହା କେବଳ ହିନ୍ଦୀ ନୁହେଁ, ବରଂ ଏହାକୁ ଦଶଟି ଭାରତୀୟ ଭାଷାରେ ରିଲିଜ୍ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର