ସ୍ୱାମୀଙ୍କ ସହ ପରଦାକୁ ଆସିବେ କାଜୋଲ , ଜାଣନ୍ତୁ କେଉଁ ସିନେମାରେ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଦମ୍ପତି ଅଜୟ ଦେବଗନ୍‌ ଓ କାଜୋଲ୍‌ଙ୍କୁ ଦର୍ଶକ ଶେଷଥରପାଇଁ ‘ଟୁନପୁରକା ସୁପର ହିରୋ’ରେ ଏକାଠି ଦେଖିବାକୁ ପାଇଥିଲେ। ହେଲେ ପୁଣି ଅଜୟ ଓ କାଜୋଲଙ୍କ ଯୋଡିକୁ ଦର୍ଶକ ଏକ ସିନେମାରେ ଦେଖିବାକୁ ପାଇବେ ବୋଲି କୁହାଯାଉଛି। ଏଠାରେ ଯେଉଁ ହିନ୍ଦୀ ସିନେମାର କଥା କୁହାଯାଉଛି, ତାହା ହେଲା ‘ତାନାଜୀ-ଦ ଅନ୍‌ସଙ୍ଗ୍‌ ଓ୍ଵାରିଅର୍‌ ’। ‘ତାନାଜୀ’ରେ ଅଜୟଙ୍କ ପତ୍ନୀ କାଜୋଲ୍‌ ବି ଅଭିନୟ କରିବେ ବୋଲି ଜଣାଯାଇଛି।

 

କୁହାଯାଉଥିଲା ଯେ ଅଜୟ ଦେବଗନ୍‌ ଏଥିରେ ପତ୍ନୀ କାଜୋଲଙ୍କୁ ଅଭିନୟ କରିବା ଲାଗି ବହୁବାର ପ୍ରସ୍ତାବ ଦେଇଥିଲେ। ସେ କିନ୍ତୁ ମନା କରି ଆସୁଥିଲେ। ହେଲେ ଅବଶେଷରେ କାଜୋଲ ରାଜି ହୋଇଛନ୍ତି ବୋଲି କୁହାଯାଉଛିି। ତେବେ ଏଥିରେ କଜୋଲ୍‌ କେଉଁ ଭୂମିକାରେ ନଜର ଆସିବେ ତାହା ଜଣାପଡ଼ିନାହିଁ।

ଏହି ସିନେମାରେ କାଜୋଲ୍‌ ତାନାଜୀଙ୍କ ପତ୍ନୀ ଭୂମିକା ନିଭାଇବେ ବୋଲି ଚର୍ଚ୍ଚା ହେଉଛି। ‘ତାନାଜୀ’ର ନିର୍ମତା ହେଲେ ନିଜେ ଅଭିନେତା ଅଜୟ ଦେବଗନ୍‌। ଏହି ଫିଲ୍ମଟି ସେ ଭାୟାକମ୍‌ ୧୮ ମୋସନ୍‌ ପିକ୍ଚର୍ସ ସହିତ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ଏହାର ନିର୍ଦ୍ଦେଶନା ଦେବେ ଓମ୍‌ ରାଉତ।

ସମ୍ବନ୍ଧିତ ଖବର